ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଦାଖର ଲେହରେ ସୋମବାର ଭୋର ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬ ରହିଥିଲା | ଏନେଇ ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ ଛିକି ଯେ ସୋମବାର ସକାଳ ପ୍ରାୟ ୬.୧୦ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ମାତ୍ରା ୪.୬ ରହିଥିବା ଭୂଗର୍ଭର ୧୮ କିଲୋମିଟର ଅଭ୍ୟନ୍ତରରେ ପରିମାପ କରାଯାଇଛି । ତେବେ ଏଥିରେ କୌଣସି ଧନ ଜୀବନ ହାନି ସମ୍ପର୍କରେ ତୁରନ୍ତ କିଛି ଖବର ହସ୍ତଗତ ହୋଇନାହିଁ । ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେଲା ଦେଶର ଉତ୍ତର ଓ ଉତ୍ତର ପୂର୍ବ ରାଜ୍ୟଗୁଡିକରେ କ୍ରମାଗତ ଭାବରେ ଭୂକମ୍ପନ ଅନୁଭୂତ ହେବାରେ ଲାଗିଛି ।






More Stories
ନୂଆ ନିୟମ ଲାଗୁ କଲା ତୈଳ କମ୍ପାନୀ…..
୧୯ ଭାରତୀୟ ଗିରଫ…..
ଖାମେନେଇଙ୍କ ବିମାନ ଧ୍ବଂସ….