Report Card Odisha

| Daily Odia News

ଲୋକଙ୍କୁ ସବୁ ଦିନ ଘର ଭିତରେ ରଖିବା ବିଧେୟ ନୁହେଁ:ଡିଏମଇଟି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ଏବେ ବି ଉପକୂଳର କିଛି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଅଛି । ଆଉ ୨ ଦିନ ପରେ ସରୁଛି ରାଜ୍ୟର ଲକ ଡାଉନ କଟକଣା ଅବଧି | ଜୁଲାଇ ୧ରୁ ଓଡିଶା ଅନଲକ ହେବ ନା କଟକଣା କୋହଳ ହେବ ସେନେଇ ଚର୍ଚ୍ଚା ହେଉଛି | ଓଡିଶା ସରକାରଙ୍କ ଘୋଷଣାକୁ ଅପେକ୍ଷା ଭିତରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଲୋକଙ୍କୁ ସବୁ ଦିନ ଘର ଭିତରେ ରଖିବା ବିଧେୟ ନୁହେଁ । ବାହାରକୁ ଆସିବାକୁ ପଡିବ । କାରଣ ସେମାନଙ୍କର ଜୀବିକା ମଧ୍ୟ ରହିଛି । ଏବେ ଜୀବନ ସହ ଜୀବିକା, ଦୁଇଟିକୁ ବାଲାନ୍ସ କରିବାକୁ ପଡିବ ।ରାଜ୍ୟରେ ଏବେ ସଂକ୍ରମଣ କମି କମି ଆସୁଛି, କିନ୍ତୁ ଟିକେ ଏପଟ ସେପଟ ହେଉଛି । କଟକଣା ସବୁବେଳେ ସମାନ । ଲୋକଙ୍କୁ ପାଳନ କରିବାକୁ ହେବ । ନିୟମ ମାନିଲେ ଆଉ ବିଶେଷ କଟକଣାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ସେହିପରି ଜନସ୍ୱାର୍ଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସାମଗ୍ରିକ ଭାବରେ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଛି । ସଂକ୍ରମଣ ହାର କମିଛି । ଯେଉଁ ୫ ଜିଲ୍ଲାରେ ବର୍ତ୍ତମାନ କରୋନା କେସ୍ ସାମାନ୍ୟ ଅଧିକ ରହୁଛି ସେଠାରେ ବି କମିବ । ମୁକାବିଲା ଷ୍ଟ୍ରାଟେଜୀ ଅନୁସାରେ କାମ କରାଯାଉଛି । ପର୍ୟ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ କଟକଣା କୋହଳ ହେଉଛି । ସଚେତନ ହେବା ସହ ଗାଇଡଲାଇନ୍ ମାନିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Breaking News