ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ହରାଇବା ପାଇଁ ଆଉ ଏକ ବିଦେଶୀ ମଡର୍ଣ୍ଣା କରୋନା ଟିକା ଭାରତ ଆସିବ | ଆମେରିକୀୟ କମ୍ପାନୀ ମଡର୍ଣ୍ଣା କରୋନା ଟିକା ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ମଙ୍ଗଳବାର ଅନୁମତି ମିଳିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ଡିସିଜିଆଇ ପକ୍ଷରୁ ମୁମ୍ବାଇ ସ୍ଥିତ ସିପଲା କମ୍ପାନୀକୁ ମଡର୍ଣ୍ଣା କରୋନା ଟିକା ଭାରତକୁ ଆମଦାନୀ କରିବାକୁ ଅନୁମତି ଦିଆଯାଇଛି। କମ୍ପାନୀ ଟିକାକୁ ଭାରତ ଆଣିବ ଓ ପ୍ରାଥମିକ ଭାବେ ଏହାକୁ ସୀମିତ ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ। ଗୋଟିଏ ଦିନ ପୂର୍ବରୁ ସିପଲା ଆମେରିକା ଫାର୍ମା ପକ୍ଷରୁ ଟିକାର ଜରୁରୀ କାଳୀନ ବ୍ୟବହାର ଓ ମାର୍କେଟିଂ ପାଇଁ ଆବେଦନ କରିଥିଲା। ଡିସିଜିଆଇ ଏହି ଆବେଦନକୁ ଗ୍ରହଣ କରିବା ପରେ ଡ୍ରଗ୍ସ ଓ କସମେଟିକ ଆକ୍ଟ ୧୯୪୦ ଅଧୀନରେ ନୂଆ ଡ୍ରଗ୍ସ ଆଣ୍ଡ କ୍ଲିନିକାଲ ଟ୍ରାଏଲ ନିୟମ ୨୦୧୯ ଜରିଆରେ ସିପଲାକୁ ମଡର୍ଣ୍ଣା ଟିକାର ଆମଦାନୀ ପାଇଁ ଅନୁମତି ଦେଇଛି। ସୂଚନାଯୋଗ୍ୟ, କରୋନା ବିରୋଧରେ ମଡର୍ଣ୍ଣା ଗେମ ଚେଞ୍ଜର ହୋଇପାରେ। କାଣର ଏହା କରୋନା ବିରୋଧରେ ୯୪.୧% ଫଳପ୍ରଦ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏଥିସହ ୧୮ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏହା ଫଳପ୍ରଦ ବୋଲି ହୁ’ ପକ୍ଷରୁ କୁହାଯାଇଛି। ଭାରତରେ ବର୍ତ୍ତମାନ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ ଭି ଟିକା ବ୍ୟବହାର ହେଉଛି। ଏହି ୩ ଟିକା ସହ ମଡର୍ଣ୍ଣା ମଧ୍ୟ ଆଗକୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବ। ଅନ୍ୟପକ୍ଷରେ ଜୁନ୍ ୨୭ରେ ମଡର୍ଣ୍ଣା ସିଧାସଳଖ ଭାରତ ସରକାରଙ୍କ ସହ ନିଜ କମ୍ପାନୀର ଟିକାରର ବ୍ୟବହାର ପାଇଁ ଅନୁମତି ମାଗିଥିଲା। କାରଣ ଆମେରିକା ସରକାର କୋଭାକ୍ସ ଜରିଆରେ ମଡର୍ଣ୍ଣା ଟିକାର କିଛି ଡୋଜ୍ ଦେବାର ରହିଛି। ଏହା ପୂର୍ବରୁ ହିଁ କମ୍ପାନୀ ଟିକାର ବ୍ୟବହାର ପାଇଁ ଡିସିଜିଆଇ ଠାରୁ ଅନୁମତି ମାଗିଥିଲା।
More Stories
ମୁଖ୍ୟମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ…..
ବିବାହ ମଣ୍ଡପରୁ ଚୋରି ଘଟଣାରେ ଅଭି ଯୁକ୍ତ ଗିରଫ…..
ରେଳ ୱାଗନରୁ ୧୨ଟି ବୋମା ଜବତ…..