Report Card Odisha

| Daily Odia News

ଛାତ ଉପରୁ ରଥଯାତ୍ରା ଦେଖିବା ମନା, ଲାଗିବ କଟକଣା….

ରିପୋର୍ଟ କାର୍ଡ / ପୁରୀ

କରୋନା ମହାମାରୀ ପାଇଁ ଚଳିତବର୍ଷ ବି ବିନା ଭକ୍ତରେ ହେବ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା ଜାରିହେବା ସହିତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଛାତ ଉପରେ ବି ୧୪୪ ଧାରା ଲାଗିବ । ଘରର ପରିବାର ଲୋକ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ ବୋଲି କଟକଣା ଲଗାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ପୂର୍ବରୁ ପରିବାର ସଦସ୍ୟ କେବଳ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ ବୋଲି ସୂଚନା ଦେଇଥିଲେ । ସେହିପରି ବଡ଼ଦାଣ୍ଡ ରେ ଥିବା ସମସ୍ତ ହୋଟେଲ, ଲଜିଂକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରାଯିବ । କୌଣସି ବୁକିଂ ହୋଇ ପାରିବ ନାହିଁ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ସହରର ପ୍ରବେଶ ପଥ ସିଲ ରହିବ । ରଥଯାତ୍ରା ଅୟୋଜନ ନେଇ ପ୍ରଶାସନ କରିଥିବା ବ୍ୟବସ୍ଥାକୁ ପାଳନ କରିବା ପାଇଁ ପୁରୀ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲାପାଳ ଓ ଏସପି । ରଥଯାତ୍ରା ପାଇଁ ସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି ବସୁଛି ଛତିଶା ନିଯୋଗ ବୈଠକ ।ଆଜି ଛତିଶ ନିଯୋଗ ବୈଠକରେ ରଥଯାତ୍ରା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷାରେ ଭର୍ଚୁଆଲରେ ଏହି ବୈଠକ ବସିବ । ବୈଠକରେ ସମସ୍ତ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ରହିବେ । ଏଠାରେ ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ନୀତି ନିର୍ଘଣ୍ଟ ଉପରେ ମୋହର ବାଜିପାରେ । ଜାରି ହୋଇପାରେ ରଥଯାତ୍ରା ନେଇ ଏସଓପି । କୋଭିଡ୍ ନେଗେଟିଭ୍ ଥିବା ସେବାୟତ, ପ୍ରଶାସନିକ ଅଧିକ, ପୋଲିସ ରଥଯାତ୍ରାରେ ସାମିଲ ହେବେ । ଏଥିପାଇଁ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ କୋଭିଡ୍ ଟେଷ୍ଟ ।

Breaking News