Report Card Odisha

| Daily Odia News

ମୋଦୀଙ୍କ ନୂଆ ଟିମରେ ଶପଥ ନେଲେ ୧୫ କ୍ୟାବିନେଟ୍ ମନ୍ତ୍ରୀ ଓ ୨୮ ରାଷ୍ଟ୍ରମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ରାଷ୍ଟ୍ରପତି ଭବନରେ ୪୩ ଜଣ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାମନାଥ କୋବିନ୍ଦ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଥମେ ୧୫ ଜଣ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେଇଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ଭାବେ ନାରାୟଣ ଟାଟୁ ରାଣେ, ସର୍ବାନନ୍ଦ ସୋନୋଓ୍ଵାଲ, ଡ. ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ଵିନ ବୈଷ୍ଣବ, ପଶୁପତି କୁମାର ପାର, କିରେନ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ପାଣ୍ଡଭିୟ, ଭୂପେନ୍ଦ୍ର ଯାଦବ, ପୁରୁଷତ୍ତୋମ ରୂପାଲା, ଜି.କିଶନ ରେଡ୍ଡୀ, ଅନୁରାଗ ଠାକୁର ଶପଥ ନେଇଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୨୮ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରମନ୍ତ୍ରୀ ଭାବେ ୨୮ ଜଣ ଶପଥ ନେଇଥିବା ମନ୍ତ୍ରୀ ହେଉଛନ୍ତି– ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମୀନାକ୍ଷୀ ଲେଖୀ, ଅଜୟ ଭଟ୍ଟ, ପଙ୍କଜ ଚୌଧୁରୀ, ସତ୍ଯପାଲ୍ ସିଂ ବାଘେଲା , ରାଜୀବ ଚନ୍ଦ୍ରଶେଖର, ଶୁଶ୍ରୀ ଶୋଭା, ଭାନୁ ପ୍ରତାପ ସିଂ ବର୍ମା, ଦର୍ଶନା ବିକ୍ରମ ଜାରଦୋସ୍ ,ଅନ୍ନପୂର୍ଣ୍ଣା ଦେବୀ, ଏ.ନାରୟଣସ୍ବାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି. ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁସିଂହ, ଭଗୱନ୍ତ ଖୁବା, କପିଲ ମୋରେଶ୍ବର ପାଟିଲ, ପ୍ରତିମା ଭୌମିକ, ସୁବସ ସରକାର, ଭଗୱନ୍ତ କିଷାନ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପରବୀନ ପାୱାର, ବିଶ୍ବେଶ୍ବର ଟୁଡୁ, ଶାନ୍ତୁନୁ ଠାକୁର, ଡ଼ ମୁଞ୍ଜାପରା ମହେନ୍ଦ୍ରଭାଇ , ଜନ ବାର୍ଲା, ଡ. ଏଲ ମୁର୍ଗାନ, ନିଶିତ ପ୍ରାମାଣିକ । ଆଜିର ଶପଥ ଗ୍ରହଣ ଉତ୍ସବରେ ତେବେ ଶପଥ ଗ୍ରହଣ ଉତ୍ସବରେ ରାଷ୍ଚ୍ରପତି ରାମନାଥ କୋବିନ୍ଦ, ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ, ଉପରାଷ୍ଟ୍ର ପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‌ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତାରମଣ ଉପସ୍ଥିତ ରହିଥିଲେ । ତେବେ ମନ୍ତ୍ରୀଙ୍କ ତାଲିକାର ୬ନମ୍ବର ସ୍ଥାନରେ ରହିଥିଲା ଅଶ୍ୱିନୀ ବୈଷ୍ଣବଙ୍କ ନାଁ ରହିଥିଲା । ଅବସରପ୍ରାପ୍ତ IAS ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୧୯ରେ ବିଜେପି ସର୍ମର୍ଥନରେ ରାଜ୍ୟସଭା ସାଂସଦ ହୋଇଥିଲେ। ଏହା ପରେ ସେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ବିଜେଡି ମଧ୍ୟ ତାଙ୍କ ପ୍ରାର୍ଥୀତ୍ୱକୁ ସେତେବେଳେ ସମର୍ଥନ କରିଥିଲା | ବେଜିପି ସାଂସଦ ଅଶ୍ୱିନ ବୈଷ୍ଣବ ଏବଂ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାମ ଏଥିରେ ରହିଥିଲା । ମୟୁରଭଞ୍ଜର  ସଂସଦ ବିଶେଶ୍ୱର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ବିଶେଶ୍ୱର ତାଲିକାର ୩୮ତମ ସ୍ଥାନରେ ରହିଥିଲେ। ବିଶ୍ୱେଶ୍ୱର ଟୁଡୁ ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ତାଙ୍କର କ୍ୟାବିନେଟରେ ସାମିଲ କରିଛନ୍ତି ।

Breaking News