ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘଦିନ ଧରି ବିଶ୍ୱବାସୀଙ୍କୁ କବଳିତ କରି ରଖିଛି ମହାମାରୀ କରୋନା | କୌଣସି ସନ୍ଦେହ ନାହିଁ ଯେ କରୋନା କମିବାର ନାଁ ଧରୁନାହିଁ । ଆଉ ଏହି କରୋନାକୁ ନେଇ ପୁଣି ଥରେ ନିଜର ମତ ରଖିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ବାମୀନାଥନ୍। ନିକଟରେ ସେ ଏକ ସାକ୍ଷାତ୍କାରରେ କରୋନା ସଂକ୍ରମଣ କମୁନଥିବାର ମୁଖ୍ୟତଃ ୪ଟି କାରଣ କହିଛନ୍ତି। ପ୍ରଥମ କାରଣ ହେଉଛି କରୋନାର ଡେଲ୍ଟା ଭାରିଆଣ୍ଟ୍, ଦ୍ବିତୀୟରେ ଠିକ୍ ଭାବେ ରକ୍ଷା ହେଉନଥିବା ସାମିଜିକ ଦ୍ବରତ୍ବ, ତୃତୀୟରେ କୋହଳ ଲକ୍ଡାଉନ୍ ଓ ଚତୁର୍ଥଟି ହେଉଛି କମ୍ ମାତ୍ରାର ଟିକାକରଣ। ତାଙ୍କ କହିବା ମୁତାବକ, କୋଭିଡ୍-୧୯ର ମୁଖ୍ୟ ଭାଇରସ୍ରେ ଆକ୍ରାନ୍ତ ହେଉଥିବା ଜଣେ ବ୍ୟକ୍ତି ତାଙ୍କ ନିକଟତମ ୩ ଜଣଙ୍କୁ ସଂକ୍ରମିତ କରୁଥିବା ବେଳେ ଡେଲ୍ଟା ଭାରିଆଣ୍ଟ୍ ଦ୍ବାରା ଆକ୍ରାନ୍ତ ହେଉଥିବା ଜଣଙ୍କଠାରୁ ୮ ଜଣଙ୍କ ପାଖକୁ ବ୍ୟାପୀଥାଏ ଏହି ଭାଇରସ୍। ତେଣୁ, ଏହା ହେଉଛି ଖୁବ୍ କ୍ଷତିକାରକ ପ୍ରଜାତି। ସେ ଆହୁରି ବି କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୫ ଲକ୍ଷ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବ ବେଳେ ୯ ହଜାର ୩୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ଯେ କରୋନା କମୁନାହିଁ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..