ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ସହିତ ମୁକାବିଲା ପାଇଁ ଏକମାତ୍ର ମଧ୍ୟମ ଟିକା | ଏହାକୁ ଦୃଷ୍ଟିରେ ରଖି ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି | ହେବେ ଟିକାକୁ ନେଇ ଏକ ତଥ୍ୟ ମିଳିଛି କି ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ଲୋକ। ଗୋଟିଏ ପଟେ କରୋନାର ବିଭିନ୍ନ ପ୍ରଜାତି ଲୋକଙ୍କ ମନରେ ଭୟ ସଚାଂର କରୁଥିବା ବେଳେ ଅନ୍ୟପଟେ ମନ୍ଥର ଟିକାକରଣ ଏବଂ ଟିକା ନେବା ସତ୍ତ୍ବେ ସଂକ୍ରମିତ ହେବା ଘଟଣା ଏବେ ଚିନ୍ତା ବଢାଇଛି। ଟିକା ନେଲା ପରେ ବି ଶହ ଶହ ସ୍ବାସ୍ଥ୍ୟ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ନେଇ ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଚାଇନାର ସିନୋଭାକ ଟିକା ଗ୍ରହଣ କରିଥିବା ୬୦୦ ରୁ ଅଧିକ ସ୍ୱାସ୍ଥ୍ୟ କର୍ମଚାରୀ କୋଭିଡ-୧୯ ରେ ସଂକ୍ରମିତ ହୋଇଛନ୍ତି। ୬୭୭,୩୪୮ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ଯେଉଁମାନେ ସିନୋଭାକର ଦୁଇଟି ଡୋଜ ପାଇଥିଲେ, ସେମାନଙ୍କ ମଧ୍ୟରୁ ୬୧୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ବିସ୍ତୃତ ଅନୁଧ୍ୟାନ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ତଥ୍ୟ ଦର୍ଶାଇଛି। ଏହାସହିତ ଜଣେ ନର୍ସଙ୍କର ମୃତ୍ୟୁ ଘଟିଥିବା ବେଳେ ଏବଂ ଅନ୍ୟ ଜଣେ ଡାକ୍ତରୀ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଥିବା କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..