ରିପୋର୍ଟ କାର୍ଡ / ବାଲେଶ୍ୱର
ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସୁପରସୋନିକ କରୁଜ ମିସାଇଲ ବ୍ରହ୍ମୋସ ଉତକ୍ଷେପଣ ହୋଇଛି। ଉତକ୍ଷେପଣ ପରେ ରାଡାରରୁ ମିଳିଥିବା ତଥ୍ୟକୁ ନେଇ ସମୀକ୍ଷା ଚାଲିଛି। ଭାରତ ଓ ଋଷର ମିଳିତ ସହଯୋଗରେ ଏହି ବ୍ରହ୍ମୋସ ନିର୍ମିତ ହୋଇଛି। ବ୍ରହ୍ମୋସକୁ ସ୍ଥଳ, ବାୟୁ ଓ ନୌସେନାରେ ସାମିଲ କରାଯାଉଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରେ ସୁପରସୋନିକ ମିଶାଇଲ ବ୍ରହ୍ମୋସ। ଏଥିରେ ୨୦୦ ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ।






More Stories
ଚାମେଲି ଓଝାଙ୍କୁ ମିଳିଲା ଜାମିନ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଚେମେଲୀଙ୍କୁ ୭୦ ଲକ୍ଷ ଟଙ୍କା….