Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୦୭୪ କରୋନା ପଜିଟିଭ୍ ଚିହ୍ନଟ

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ପୁଣି ୨ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୦୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୨ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୮୨ ଜଣ ଲୋକାଲ୍‌ କେସ୍‌ ରହିଛି । ଏହାକୁ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୫୭୪୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୪୩ ସଂକ୍ରମିତ । ଅନୁଗୁଳରୁ ୫୯ , ବାଲେଶ୍ୱରରୁ ୧୧୫ , ବରଗଡ଼ ୩୮ , ଭଦ୍ରକ ୧୧୦ , ବଲାଙ୍ଗୀର ୧୭ , ବୌଦ୍ଧ ୧୨ , କଟକ ୨୮୩ , ଦେବଗଡ଼ ୩ , ଢେଙ୍କାନାଳ ୬୧ , ଗଜପତି ୩ , ଗଞ୍ଜାମ ୫ , ଜଗତସିଂହପୁର ୯୯ , ଯାଜପୁର ୧୨୦ , ଝାରସୁଗୁଡ଼ା ୫ , କଳାହାଣ୍ଡି ୫ , କନ୍ଧମାଳ ୧୯ , କେନ୍ଦ୍ରାପଡ଼ା ୫୮ , କେନ୍ଦୁଝର ୪୬ , କୋରାପୁଟ ୧୦ , ମାଲକାନଗିରି ୪୭ , ମୟୂରଭଞ୍ଜ ୧୧୫ , ନବରଙ୍ଗପୁର ୧୦ , ନୟାଗଡ଼ ୫୮ , ନୂଆପଡ଼ା ୪ , ପୁରୀ ୧୩୩ , ରାୟଗଡ଼ା ୧୬ , ସମ୍ୱଲପୁର ୩୦ , ସୋନପୁର ୯ , ସୁନ୍ଦରଗଡ଼ ୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Breaking News