ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଙ୍ଗଳବାର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ସ୍ଥିତ ବାସଭବରେ ଭେଟିଥିଲେ । ଏହାକୁନେଇ କଂଗ୍ରେସ ତା’ର ସ୍ଥିତି ପୁଣି ଥରେ ଜାହିର କରିବାକୁ ସ୍ଟ୍ରାଟେଜି ପ୍ରସ୍ତୁତ ନେଇ ଚର୍ଚ୍ଚା ହେଉଥିଲା । ଏହି ସାକ୍ଷାତକୁ ନେଇ ନୂଆ କଥା ସାମନାକୁ ଆସିଛି। ସୁତ୍ରରୁ ମିଳିଥିବା ଖବର ଅନୁସାରେ ବୈଠକ ବେଳେ ରାଜ୍ୟରେ ନିର୍ବାଚନକୁ ନେଇ ନୁହେଁ, ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିଲା । ଏହି ସମୟରେ ବିରୋଧୀ ଦଳ ପକ୍ଷରୁ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାର କଥା ସାମନାକୁ ଆସିଛି। ଏହା ପୂର୍ବରୁ ନିକଟରେ ପ୍ରଶାନ୍ତ କିଶୋର ଦୁଇ ଥର ପାଓ୍ବାରଙ୍କୁ ସାକ୍ଷାତ କରିସାରିଛନ୍ତି । ଏହି ସମୟରେ ଚର୍ଚ୍ଚା ହେଉଥିଲା ଯେ, ଦେଶର ବିରୋଧି ଏକାଠି ଦଳ ଶାସକ ବିଜେପି ବିରୋଧରେ ନୂଆ ରାଜନୈତିକ ସମୀକରଣ କିମ୍ବା ତୃତୀୟ ସାମୁଖ୍ୟ ତିଆରି କରିବାର ପ୍ରସ୍ତୁତି କରୁଛି। ମଙ୍ଗଳବାର ପ୍ରଶାନ୍ତ କିଶୋର ରାଜଧାନୀ ଦିଲ୍ଳୀ ସ୍ଥିତ ସାଂସଦଙ୍କ ବାସଭବନରେ ରାହୁଲ ଗାନ୍ଧି, ପ୍ରିୟାଙ୍କା ଗାନ୍ଧି ଭଦ୍ରାଙ୍କୁ ସାକ୍ଷାତ କରିଛନ୍ତି। ଏହି ବୈଠକରେ କଂଗ୍ରେସର ଆଭ୍ୟନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ଭର୍ଚୁଆଲି ସାମିଲ ହୋଇଥିଲେ। କୁହାଯାଉଛି ଯେ, ମିଟିଂରେ ପଞ୍ଜାବ କଂଗ୍ରେସ ଭିତରେ ଜାରି କଳହକୁ ଶେଷ କରିବା କିମ୍ବା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିଲା। ଏହି ବୈଠକ ଜରିଆରେ କଂଗ୍ରେସ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ମାନସମନ୍ଥନ ନେଇ ଶୁଣିବାକୁ ମିଳୁଛି ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..