Report Card Odisha

| Daily Odia News

ଚୀନରେ ଭୟଙ୍କର ବନ୍ୟା,ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି…..

A traffic police officer guides residents to cross a flooded road with a rope during heavy rainfall in Zhengzhou, Henan province, China July 20, 2021. Picture taken July 20, 2021. China Daily via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. CHINA OUT.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚୀନରେ ପ୍ରବଳ ବର୍ଷା ଯୋଗୁଁ ହେନାନ ପ୍ରଦେଶରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏହା ଗତ ୧ ହଜାର ବର୍ଷରେ ସର୍ବାଧିକ ବର୍ଷା ବୋଲି କୁହାଯାଉଛି । ପ୍ରବଳ ବର୍ଷା ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ଅଧିକାଂଶ ମୃତ୍ୟୁ ହେନାନ ପ୍ରଦେଶରେ ହୋଇଛି । ହେନାନର ରାଜଧାନୀ ଝେଙ୍ଗଝୁରେ ୨୪ ଘଣ୍ଟାରେ ରେକର୍ଡ ୪୫୭.୫ ମିଲିମିଟର ବର୍ଷା ହୋଇଛି । ବନ୍ୟା ଯୋଗୁଁ ସମଗ୍ର ମହାନଗରଟି ଜଳମଗ୍ନ ଦେଖାଯାଉଛି । ବିଭିନ୍ନ ସର୍ବସାଧରଣ ସ୍ଥାନ, ଟନେଲ,ମେଟ୍ରୋ ରେଳ ଷ୍ଟେସନ, ସବଓ୍ବେ ଆଦିରେ ପାଣି ପଶିଯାଇଛି । ସହରର ତଳିଆ ଅଂଚଳର ଲୋକେ ସର୍ବାଧିକ ପ୍ରଭାବିତ ହୋଇଥିବା ଚୀନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଝିନହୁଆ କହିଛି । ପ୍ରବଳ ବର୍ଷା ଯୋଗୁଁ ଚାଷଜମିଗୁଡ଼ିକ ଜଳମଗ୍ନ ହେବା ସହ ଫସଲ ନଷ୍ଟ ହୋଇଯାଇଛି । ଚୀନ ସରକାରଙ୍କ ଅଟକଳ ଅନୁସାରେ ପ୍ରାୟ ୨ ଲକ୍ଷ ୧୫ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧.୨୨ ବିଲିୟନ ୟୁଆନ ହେବ । ଅନ୍ୟପକ୍ଷରେ ବନ୍ୟାଜଳକୁ ନିଷ୍କାସିତ କରିବାକୁ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ପକ୍ଷରୁ ଏକ ନଦୀବନ୍ଧକୁ ଉଡ଼ାଇ ଦିଆଯାଇଛି ।

Breaking News