ରିପୋର୍ଟ କାର୍ଡ / ହାଇଦ୍ରାବାଦ
ଆଜି ଭୋର୍ ୫ଟା ସମୟରେ ହାଇଦ୍ରାବାଦରେ ସଂଘଠିତ ଭୂମିକମ୍ପ ଅନୁଭୂତ ହୋଇଛି | ଏହାର ତୀବ୍ରତା ୪.୦ ରିକ୍ଟର୍ ସ୍କେଲ୍ରୁ ଜଣାପଡ଼ିଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ଫର୍ ସିସ୍ମୋଲୋଜି’ (ଏନ୍ସିଏସ୍) କହିଛି। ‘ଏନ୍ସିଏସ୍’ କହିବା ଅନୁସାରେ, ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ହାଇଦ୍ରାବାଦର ଦକ୍ଷିଣକୁ ୧୫୬ କିଲୋମିଟର୍ ଦୂରବର୍ତ୍ତୀ ଏକ ସ୍ଥାନ ହେଉଛି ଏହି ଭୂକମ୍ପନର କେନ୍ଦ୍ରସ୍ଥଳ। ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଥିବା କଥା ମଧ୍ୟ ‘ଏନ୍ସଏସ୍’ ସୂଚନା ଦେଇଛି। ‘ଏନ୍ସଏସ୍’ ଟୁଇଟ୍ କରିଥିବା ସୂଚନା ଅନୁସାରେ, ୨୦୨୧ ଜୁଲାଇ୨୬ ତାରିଖ ଭୋର୍ ୫ରେ ୪.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ୧୬.୦୦ ଅକ୍ଷାଂଶ ଏବଂ ୭୮.୨୨ ଦ୍ରାଘିମା ମଧ୍ୟରେ ସଂଘଠିତ ଏହି ଭୂମିକମ୍ପର ଗଭୀରତା ଥିଲା ୧୦ କିଲୋମିଟର। ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..