ରିପୋର୍ଟ କାର୍ଡ / ଭୁବନେଶ୍ବର
ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୨୯୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୩ ଜଣଙ୍କ ମୃତ୍ୟୁ ଘଟିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଆଜିର ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ ଲକ୍ଷ ୧୨ହଜାର ୧୧୪ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୬ ହଜାର ୨୯୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୯ ଲକ୍ଷ୭୪ ହଜାର ୭୪୮ରେ ପହଁଚିଛି । ଏବେ ଦେଶରେ ୪୧୧୦୭୬ଟି ସକ୍ରିୟ ମାମଲା ରହିଛି | ଦେଶରେ ଦୈନିକ ସଂକ୍ରମଣ ହାର ୨.୫୮% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୭% ରହିଥିବାବେଳେ ଆରୋଗ୍ୟ ହାର ୯୭.୩୭% ରହିଛି। ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୭.୪୮ କୋଟି ନମୁନା ପରୀକ୍ଷା କରାଯାଇସାରିଛି ଏବଂ ତାହାସହିତ ୪୮.୯୩ କୋଟି ପାନ ଟିକା ଦିଆଯାଇଛି।






More Stories
ସାଦା ପୋଷାକରେ ଜଗିବ ପୋଲିସ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……