ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘରୋଇ ହସ୍ପିଟାଲ ପାଇଁ ୨୫% ଟିକା ରଖିବା ଦରକାର ନାହିଁ | କୋଭିଡ୍ ଟିକା ଉତ୍ପାଦନକାରୀ ଉତ୍ପାଦନ କରୁଥିବା ଟିକା ମଧ୍ୟରୁ ଘରୋଇ ହସ୍ପିଟାଲ ପାଇଁ ୨୫ ପ୍ରତିଶତ ସଂରକ୍ଷଣ ରଖିବାର ଅବଶ୍ୟକନାହିଁ | ସେମାନେ ଯେତିକି କିଣିବାକୁ ଚାହିଁବେ ସେମାନଙ୍କୁ କେବଳ ସେତିକି ଯୋଗାଇପାରିବେ। ବାକି ଯେଉଁ ଟିକା ରହିଲା ତାକୁ ସରକାରଙ୍କୁ ଯୋଗାଇବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସଂସଦରେ ଏକ ମୌଖିକ ଉତ୍ତରରେ କହିଛନ୍ତି ଯେ ଟିକା ଉତ୍ପାଦନକାରୀ ଘରୋଇ କ୍ଷେତ୍ର ପାଇଁ ୨୫% ଟିକା ରଖିବା ଦରକାର ନାହିଁ। କାରଣ ଘରୋଇ ଡାକ୍ତରଖାନାଗୁଡ଼ିକ ଦ୍ବାରା କେବଳ ୭-୯% ଟିକା ବ୍ୟବହୃତ ହେଉଛି। ତେଣୁ ଘରୋଇ ଡାକ୍ତରଖାନାକୁ କମ୍ ଟିକା ଦେଇ ଅବଶିଷ୍ଟ ସରକାରୀ କୋଟାରେ ଦିଆଯିବ। ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଏକ ପ୍ରଶ୍ନର ଉତ୍ତରରେ ମାଣ୍ଡଭିୟା ଏହା କହିଥିଲେ। ସେ କହିଥିଲେ ଯେ, ଆଜି ପର୍ଯ୍ୟନ୍ତ ପ୍ରାୟ ୨.୩ କୋଟି ଟିକା ଡୋଜ୍ ଅବ୍ୟବହୃତ ହୋଇ ପଡିଛି ଏବଂ ଏହାର ଏକ ପ୍ରମୁଖ ଅଂଶ ଘରୋଇ ଡାକ୍ତରଖାନାଗୁଡ଼ିକ ପାଖରେ ଅଛି। ରାଜ୍ୟଗୁଡିକ ମାଗଣା ଟିକାକରଣ କରୁଥିବାବେଳେ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକରେ ଟିକା ଗ୍ରହଣକାରୀଙ୍କ ସଂଖ୍ୟା ହ୍ରାସ ପାଇଛି କାରଣ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ସଟ୍ ଯଥାକ୍ରମେ ୭୮୦ ଟଙ୍କା ଏବଂ ୧୪୧୦ ଟଙ୍କା ମୂଲ୍ୟରେ ପ୍ରଦାନ କରାଯାଉଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..