ରିପୋର୍ଟ କାର୍ଡ / କଟକ
ଏସି ସଜାଡିବାକୁ ଆସି ମେକାନିକ କରିଛନ୍ତି ଜଘନ୍ୟକାଣ୍ଡ । ମହିଳାଙ୍କ ବାଥରୁମରେ କରିଥିଲେ ଭିଡ଼ିଓ ରେକଡିଂ| ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଘଟିଛି କଟକ ସାଲେପୁର ବଜାରରେ ଥିବା ଏକ ହୋଟେଲରେ । ସୂଚନାଯୋଗ୍ୟ ଯେ, ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ସାଲେପୁର ବଜାରରେ ଥିବା ଏକ ହୋଟେଲରେ ରୁମ୍ ଭଡା ନେଇ ରହୁଥିଲେ । ରୁମ୍ ର ଏସି ଖରାପ ହେବାରୁ ଜଣେ ମେକାନିକକୁ ଡାକିଥିଲେ । ମେକାନିକ୍ ଜଣଙ୍କ ହେଲେ ସାଲେପୁର ଥାନା ଅନ୍ତର୍ଗତ କୁସମ୍ବି ଗ୍ରାମର କିଶୋର ନାୟକ । ମେକାନିକ ଜଣଙ୍କ ହୋଟେଲରେ ରହୁଥିବା ମହିଳା ବ୍ୟାଙ୍କ କର୍ମଚାରୀଙ୍କ ବାଥରୁମରେ କୌଶଳକ୍ରମେ ଏକ ମୋବାଇଲକୁ ରେକଡିଂ ମୁଡ଼ରେ ରଖି ଗାଧୁଆ ସମୟର ସମସ୍ତ ରେକର୍ଡିଂ କରିଥିଲେ । ମୋବାଇଲ ରେକର୍ଡିଂ ସମୟରେ ବ୍ୟାଙ୍କ ମହିଳା କର୍ମଚାରୀ ଜଣଙ୍କ ଦେଖିବା ପରେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାସହ ମୋବାଇଲଟିରେ ରେକଡିଂ ହୋଇଥିବା ସମସ୍ତ ଘଟଣାର ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଦେଇଛନ୍ତି । ଏହି ଘଟଣାରେ ଏସି ମେକାନିକ କିଶୋର ନାୟକଙ୍କୁ ଥାନାରେ ଅଟକ ରଖିବା ସହ ମୋବାଇଲ ଜବତ କରି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..