Report Card Odisha

| Daily Odia News

ହିନ୍ଦୁ ମନ୍ଦିର ଆକ୍ରମଣ ଘଟଣା: ପାକିସ୍ତାନ​କୁ ଚେତାବନୀ ଦେଲେ ମୋଦି,ଭୟରେ ଇମ୍ରାନ ଖାନ..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ପଂଜାବ ପ୍ରଦେଶ ଅନ୍ତର୍ଗତ ରହିମ ୟାର ଖାଁ ଜିଲ୍ଲାର ଭୋଙ୍ଗ ସହରରେ ଥିବା ସିଦ୍ଧିବିନାୟକ ମନ୍ଦିର ପାଉପରେକିଛି ମୁସଲମାନ ସମ୍ପ୍ରଦାୟର ଲୋକ ଆକ୍ରମଣ କରିଥିଲେ | ଏହା ପରେଭାରତରେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏ ନେଇ ଅବଗତ ଅଛନ୍ତି । ଏହାକୁ ନେଇ କଡା ନିନ୍ଦା କରିବା ସହିତ ଦିଲ୍ଲୀରେ ଥାଇ ପାକିସ୍ତାନର ଶୀର୍ଷ ନେତୃତ୍ବଙ୍କୁ ଜବାବ ତଲବ କରିଛନ୍ତି । ମୋଦିଙ୍କ ଏଭଳି ଆଭିମୁଖ୍ୟ ପ​‌ରେ ସେପଟେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଛନକା ପଶିଛି । କେଉଁଭଳି ପରିସ୍ଥିତିରେ ଏପରି ହେଲା ଏବଂ କାହିଁତି ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି ସେ ନେଇ ତୁରନ୍ତ ଜବାବ କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ କଡା ଆଭିମୁଖ୍ୟ ଦେଖାଇବା ପରେ ଛାନିଆ ହୋଇଯାଇଛନ୍ତି ଇମ୍ରାନ ଖାନ । ଟ୍ବିଟ୍ କରି ଏହାର ପ୍ରତିକ୍ରିୟା ରଖିବା ସହ ଇମ୍ରାନ କହିଛନ୍ତି, ‘ ଭୋଙ୍ଗ୍‌ରେ ଏକ ଗଣେଷ ମନ୍ଦିରରେ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରୁଛି । ଘଟଣାର ତଦନ୍ତ ପାଇଁ ସେଠାକାର IGଙ୍କୁ ନିର୍ଦେଶ ଦିଆଯାଇଛି । ଏହା ସହିତ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦେଶ ଦିଆସରିଛି । ପୋଲିସର କୌଣସି ବି ଦାୟିତ୍ବହୀନତାକୁ ବରଦାସ୍ତ କରାଯିବ ନାହିଁ । ଏହା ସହିତ ମନ୍ଦିରରେ ଯାହା କିଛି ବି କ୍ଷତି ହୋଇଛି ଏହାକୁ ତୁରନ୍ତ ମରାମତି କରିଯିବ ଏବଂ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।’ ଏଥିରୁ ସ୍ପଷ୍ଟ ହେଉଛି ଯେ, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘଟଣାକୁ ନେଇ ବେଶ ସତର୍କ ହୋଇଯାଇଛନ୍ତି । ଘଟଣାକୁ ନେଇ ଭାରତରେ ଜୋରଦାର ଚର୍ଚ୍ଚା ହେବା ପରେ ଛାନିଆଁ ହୋଇଗଲାଣି ପାକିସ୍ତାନ ଏବଂ ଇମ୍ରାନ । ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏ ନେଇ କଡା​ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଏ ନେଇ ଜବାବ ତଲବ କରାଯାଇଛି ।

Breaking News