ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଙ୍ଗଳବାର ଜମ୍ମୁ-କଶ୍ମୀରରେ ସିଆର୍ପିଏଫ୍ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି | ଏନେଇ କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ କଶ୍ମୀର ଶୋପିଆନ୍ ଜିଲ୍ଲାର ଜୈନପୋରାର କାଲଚୌକ ଅଞ୍ଚଳରେ ସିଆର୍ପିଏଫ୍ ଟିମ୍ ଉପରେ ଆତଙ୍କବାଦୀମାନେ ମଙ୍ଗଳବାର ସକାଳେ ଆଖିବୁଜା ଗୁଳି ଚାଳନା କରିବା ପରେ ଫେରାର ହୋଇ ଯାଇଛନ୍ତି। ସେମାନଙ୍କ ସନ୍ଧାନରେ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଥିବା ନେଇ ସୂଚନା ମିଳିଛି।






More Stories
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….