Report Card Odisha

| Daily Odia News

ରେଡ଼ ଆର୍ଲଟରେ ଭୁବନେଶ୍ୱର ବିମାନବନ୍ଦର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆତଙ୍କବାଦୀ ସଂଗଠନ ଅଲକାଏଦା ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡି଼ଦେବାକୁ ଧମକ ଦେବା ପରେ ନୂଆଦିଲ୍ଲୀ ଭଳି ଭୁବନେଶ୍ୱର ବିମାନବନ୍ଦର ପାଇଁ ମଧ୍ୟ ରେଡ଼ ଆଲର୍ଟ ଜାରି ହୋଇଛି | ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି , ୧୦ ଦିନ ପାଇଁ ବିମାନବନ୍ଦରରେ ରେଡ଼ ଆର୍ଲଟ ଜାରିହୋଇଥିବାରୁ ଆମେ ବିମାନବନ୍ଦରର ସୁରକ୍ଷା ନେଇ ଏସଓପିଇ ଜାରି କରିଛି | ସାଧାରଣତଃ ସ୍ୱାଧୀନତା ଆମକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କୁହାଯାଏ | କିନ୍ତୁ ଏଥର ଦିଲ୍ଲୀ ବିମାନବନ୍ଦର ଉଡାଇ ଦେବାକୁ ଧମକ ଆସିଥିବାରୁ ଆମେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛୁ | ସେ ଆହୁରି କହିଛନ୍ତି ଯେ ଆମେ ସର୍ବଦା ସୁରକ୍ଷା ବ୍ୟବସ୍ଥା କଡାକଡି କରିଥାଉ | କ୍ୱିନରୁ ଏବେ ଏହାକୁ ବଢ଼ାଇ ଦିଆଯାଇଛି | ବିମାନବନ୍ଦର ଭିତରକୁ ଯାତ୍ରୀ ଓ କର୍ମଚାରୀଙ୍କ ବଡ଼ କାହାକୁ ଛଡ଼ାଯିବନି | ଭିଜିଟର ପାସ ଦିଆଯିବନି | ଟର୍ମିନାଲଠାରୁ ଦୂରରେ ଗାଡି ପର୍କିଙ୍ଗ ବ୍ୟବସ୍ଥା କରାଯିବ | ସେହିପରି ବିମାନବନ୍ଦରରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନ୍ଙ୍କୁ ମୁତୟନ କରାଯିବ | ପ୍ରବେଶ ପଥକୁ ସିଲ କରି କଡା ଚେକିଂ ହେବ | ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ଅଟକରଖି ଓ଼ଚରାଉଚରା କରାଯିବ | କାହାକୁବି ବାହାରେ କୋଣସି ସାମଗ୍ରୀ ରଖିବାକୁ ଦିଆଯିବନାହିଁ | ପ୍ରତି ୱାଚଟାୱାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ ଘଣ୍ଟା ମୁତୟନ କରାଯିବ | ଏବେ ଅଧିକ ସୁରକ୍ଷା କର୍ମୀ ନିୟୋଜିତ କରିବା ସହ ତ୍ରିସ୍ଥରୀୟ ଯାଞ୍ଚ ବ୍ୟବସ୍ଥା କରିବୁ | ସବୁ ପୋସ୍ଥରେ ସିଆଇଏସଏଫ ଯବାନ ସଂଖ୍ୟା ବଢ଼ାଇ ଦିଆଯିବ | ପ୍ରବେଶ ପଥରେ ୪ ଜଣ ବନ୍ଧୁକଧରି ଯବାନ ସୁତାୟାଂ ହୋଇଥିବା ବେଳେ ଟର୍ମିନାଲ ଭିତରେ ଓ ବାହାରେ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ହେବ | ଡୋମେଷ୍ଟିକ ଟର୍ମିନାଲରେ ୬୭ ସିସିଟିଭି ଲେଗିଛି | କୋଣସି ପରିସ୍ଥିତିରେ ବି କେହି ଆମ ନଜରୂଖାସି ପାରିବେନି | ଏହାସହ ଆମର କୁଇକ ରେସ୍ପନ୍ସ ଟିମରେ ଅଧିକ ଯବାନ ସାମିଲ କରାଯାଇଛି | ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଆମର ଟର୍ମିନାଲ ଭିତରେ ଯଦି କୋଣସି ବ୍ୟାଗ କି ସାମଗ୍ରୀ ୧୫ ମିନିଟରୁ ଅଧିକ ରହିବ ଏବଂ ଏହାର କେହି କେହି ଦାବିଦାର ନଥିବେ , ତେବେ ଆଲାରାମ ବାଜିବ | ଆମ ଯବାନ ତୁରନ୍ତ ଏହାକୁ ଯାଞ୍ଚ କରିବେ | ବିମାନବନ୍ଦରକୁ ଚାରିପଟୁ ସୁରକ୍ଷା ପାଇଁ ୧୩ ଟି ଟାୱାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ ଘଣ୍ଟିଆ ମୁତୟନ କରାଯାଇଛି |

Breaking News