Report Card Odisha

| Daily Odia News

ଏକାଠି ହେଲେ ମୋଦୀ ,ସୋନିଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ମୌସୁମୀ ଅଧିବେଶନ ୨ ଦିନ ପୂର୍ବରୁ ଶେଷ ହୋଇଛି | ଅଧିବେଶନ ଶେଷ ହେବାପରେ ବାଚସ୍ପତି ଓମ ବିର୍ଲା ବିଭିନ୍ନ ଦଳର ନେତାମାନଙ୍କୁ ତାଙ୍କ କକ୍ଷରେ ଭେଟିଛନ୍ତି | ବାଚସ୍ପତିଙ୍କ କକ୍ଷରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା | ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ବୁଧବାର ବାଚସ୍ପତିଙ୍କ କକ୍ଷରେ ଉପସ୍ଥିତ ଥିଲେ | ବୈଠକରେ ଗୋଟିଏ ସୋଫାରେ ବସିଥିବା ବେଳେ ସୋନିଆ ପାଖ ସୋଫାରେ ବସିଥିଲେ | ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସହ ଲୋକସଭା ଦଳ ନେତା ଅଧି ରଞ୍ଜନ ଚୌଧୁରୀ ଏବଂ ଟିଏମସି, ଅକାଳି ଦଳ, ୱାଇ ଏସଆର କଂଗ୍ରେସ ଏବଂ ବିଜେଡି ନେତାମାନେ ମଧ୍ୟ ବୁଧବାର ବିର୍ଲାଙ୍କୁ ଭେଟିଥିଲେ | ଭବିଷ୍ୟତରେ ସମସ୍ତଙ୍କୁ ଦଳ ଗୃହ କାର୍ଯ୍ୟ ମୁଚାରୁରୂପେ ସମ୍ପାଦନ କରିବାପାଇଁ ସହଯୋଗ କରିବା ଆବଶ୍ୟକ ବିଲି ବିର୍ଲା କହିଛନ୍ତି | ତେବେ ସଂସଦରେ ଏହି ଅଚଳାବସ୍ଥା ପାଇଁ ଉଭୟ ସରକାର ଏବଂ ବିରୋଧୀ ପରସ୍ପରକୁ ଦାୟୀ କରିଛନ୍ତି |

Breaking News