ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ଆତଙ୍କ ରାଜ ଚଳାଇଛି ତାଲିବାନ | ଦେଖାଉଛି ଅଧିକ ଶକ୍ତିଶାଳୀ | ତାଲିବାନ ଭୟରେ ଦେଶରୁ ନାଗରିକ ମାନେ ଅନ୍ୟ ଆଖପାଖ ଦେଶକୁ ପଳାୟନ କରୁଛନ୍ତି । ଦେଶର ସର୍ବୋଚ୍ଚ ନାଗରିକ ତଥା ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ମଧ୍ୟ ଭୟଭୀତ । ଆଫଗାନିସ୍ତାନର ଉପରାଷ୍ଟ୍ରପତି ହେଉଛନ୍ତି ଅମରୁଲ୍ଲାହ ସାଲେହ । କିଛି ଦିନ ଧରି ସେ ଖବରର ଶୀର୍ଷରେ ରହିଛନ୍ତି । ତାଲିବାନକୁ ନେଇ ଲଗାତାର ପାକିସ୍ତାନର ଭୂମିକା ଉପରେ ସେ ପ୍ରଶ୍ନ ଉଠାଇବା ଜାରି ରଖିଥିଲେ । ୧୩ ଅଗଷ୍ଟରେ ସୋଶାଲ୍ ମିଡିଆରେ ସାଧାରଣ ଜନତା ଲେଖିଥିଲେ ଯେ, ତାଲିବାନ୍ ଡରରେ ଅମରୁଲ୍ଲାହ ତାଜାକିସ୍ତାନ ପଳାଇ ଯାଇଛନ୍ତି । ଏହାପରେ ପାକିସ୍ତାନର ଲୋକମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ । ହେଲେ ଏହାର ଜବାବ ଦେଇ ଅମରୁଲ୍ଲାହଙ୍କ ଅଫିସ୍ ସେ ତାଜାକିସ୍ତାନ ପାଳେଇଯାଇଥିବା ଖବର ମିଛ ବୋଲି କହିଛନ୍ତି । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବିକ, ଅମରୁଲ୍ଲାହ କାବୁଲ୍ରେ ହିଁ ଅଛନ୍ତି । ସେ ଆଫଗାନ୍ର ଲୋକଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଦେଶର ଜନ ସଧାରଣ ତାଲିବାନ୍ର ପ୍ରଭୁତ୍ୱକୁ ସ୍ୱୀକାର କରିବେ ନାହିଁ । ଆଫଗାନିସ୍ତାନର ଲୋକ ଜୀବନ ଥିଲା ପର୍ଯ୍ୟନ୍ତ ଲଢ଼ିବେ । ସେ ଲୋକଙ୍କ ସହିତ ଅଛନ୍ତି ଏବଂ ଲୋକଙ୍କ ଅଧିକାରକୁ ରକ୍ଷା କରିବେ । ସ୍ଥିତିକୁ ବଦଳାଇବା ପାଇଁ ଚେଷ୍ଟା କରିବେ ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..