ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ। ଆଫଗାନିସ୍ତାନର ଏଭଳି ସ୍ଥିତି ଉପରେ ସାରା ବିଶ୍ୱ ବାସୀଙ୍କ ନଜର ରହିଛି | ଏହାକୁ ନେଇ ଭାରତରେ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜୀ। ସମାଜବାଦୀ ପାର୍ଟି ଏମ୍ପି ଡାଃ. ସଫିକୁରହମାନ ବର୍କ ତାଲିବାନଙ୍କୁ ସମର୍ଥନ କରି ମନ୍ତବ୍ୟ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହି ମନ୍ତବ୍ୟକୁ ନେଇ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହା ପରେ ବିଜେପି ବିଧାୟକ ହରିଭୁଷଣ ଠାକୁର ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିହାରରୁ ଭାଜପା ବିଧାୟକ ଥିବା ହରିଭୂଷଣ କହିଛନ୍ତି, ଆଫଗାନିସ୍ତାନ ପରିସ୍ଥିତି ଯୋଗୁ ଭାରତରେ କୌଣସି ପ୍ରଭାବ ପଡିବ ନାହିଁ। ଯାହାକୁ ଭାରତରେ ଡର ଲାଗୁଛି, ସେମାନେ ଆଫଗାନିସ୍ତାନ ପଳାନ୍ତୁ। ସେଠାରେ ପେଟ୍ରୋଲ-ଡିଜେଲ ମଧ୍ୟ ଶସ୍ତା ଅଛି ବୋଲି ସେ କହିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି |






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..