ରିପୋର୍ଟ କାର୍ଡ / ଭୁବନେଶ୍ୱର
ରକ୍ତରେ ରଂଜିତ ହେଲା ରାଜଧାନୀ ଭୁବନେଶ୍ୱର | ଦିନ ଦ୍ୱିପ୍ରହରରେ ରାଜଧାନୀରେ ଦୁର୍ବୃତ୍ତ ଆତଙ୍କରାଜ ଖେଲାଇଛନ୍ତି । ବୁଧବାର ଭୁବନେଶ୍ୱର କ୍ୟାପିଟାଲ ମେଡିକାଲ ପଛପଟ ତାରିଣୀ ବସ୍ତିରେ ଜଣେ ଆଶା କର୍ମୀ ଓ ତାଙ୍କ ଭାଇଙ୍କୁ ଦୁର୍ବୃତ୍ତମାନେ ହାଣି ଦେଇଥିବା ଜଣାପଡ଼ିଛି। ଆଶା କର୍ମୀଙ୍କ ନାଁ ରଞ୍ଜୁ ନାୟକ ହୋଇଥିବା ବେଳେ ତାଙ୍କ ଭାଇଙ୍କ ନାଁ ମନୋ ରଞ୍ଜନ ନାୟକ ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ଦୁର୍ବୃତ୍ତମାନ ମାନଙ୍କ ନାଁ ସାହିଲ, ମଣ୍ଟୁ ଓ ସୂର୍ଯ୍ଯ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ସାହିଲ, ମଣ୍ଟୁ ଓ ସୂର୍ଯ୍ଯ କ୍ୟାପିଟାଲ ମେଡିକାଲରୁ ଲୁହା ରଡ଼ ଚୋରି କରୁଥିଲେ । ଏନେଇ ମନୋରଞ୍ଜନ ବାରଣ କରିଥିଲେ । ରାଗ ରଖି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଆହତଙ୍କ ମା’ । ଘଟଣାରେ ସମୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ତିନି ଜଣ ଫେରାର ରହିଛନ୍ତି । ସେପଟେ ଭାଇ ଓ ଭଉଣୀ ଦୁହିଁଙ୍କୁଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।
Discussion about this post