ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଆଫଗାନରେ କୋଳାହଳ ପରିବେଶ | ଭୟରେ କିଛି ଲୋକ ଦେଶ ଚଡି ପଳାଇ ଯାଉଥିବା ବେଳେ ଆଉ କିଛି ଲୋକ ଘରୁ ବାହାରୁ ନାହାନ୍ତି | ଭୟ ଭିତରେ ବି ସାହସ ଜୁଟାଇଛନ୍ତି ଆଫଗାନର ମହିଳା | କିଛି ମହିଳା ତାଲିବାନ ଶାସନ ବିରୋଧରେ ମୁହଁଖୋଲି ରାସ୍ତାକୁ ଓହ୍ଲାଇଛନ୍ତି। ସୋସିଆଲ ମିଡ଼ିଆରେ ଏହି ମହିଳାମାନଙ୍କ ଭିଡିଓ ଭାଇରାଲ ହୋଇଛି। ଏହି ୪ ମହିଳା କାବୁଲରେ ହାତରେ ପ୍ଲାକାର୍ଡ ଧରି ନିଜ ହକ ଓ ଅଧିକାର ପାଇଁ ନାରା ଦେଉଛନ୍ତି | ଆଫଗାନିସ୍ତାନରେ ତାଲିବାନର କବଜା ପରେ ଏହା ପ୍ରଥମ ପ୍ରଦର୍ଶନ। ମହିଳାମାନେ ରାସ୍ତାରେ ପ୍ରଦର୍ଶନ କଲାବେଳେ ତାଲିବାନୀ ସଂଗ୍ରାମୀମାନେ ପାଟ୍ରୋଲିଂ କରୁଛନ୍ତି। ଅଲ ଜଜିରାର ଜଣେ ସାମ୍ବାଦିକଙ୍କ ତରଫରୁ ସେୟାର ହୋଇଥିବା ଏହି ଭିଡିଓ ମହିଳାମାନେ ରାସ୍ତାରେ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ସଶସ୍ତ୍ର ପୁରୁଷ ମହିଳାମାନଙ୍କୁ ଇସାରାରେ କିଛି କହୁଛନ୍ତି କିନ୍ତୁ ମହିଳାମାନଙ୍କୁ ପ୍ରଦର୍ଶନରେ କେହି ପ୍ରତିବନ୍ଧକ ସାଜି ନାହାନ୍ତି। ମହିଳାମାନେ ଦାବି କରିଛନ୍ତି ଯେ, ଆଫଗାନ ଶିକ୍ଷା ,ରାଜନୀତି, ଶାସନ ଓ ଅର୍ଥବ୍ୟବସ୍ଥା ସହ ଜଡିତ ନିଷ୍ପତ୍ତିରେ ସେମାନେ ମଧ୍ୟ ଅଂଶୀଦାର ହେବା ଉଚିତ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..