Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ମୋଦୀ ହିଁ ଆଫଗାନିସ୍ତାନକୁ ସାହାଯ୍ୟ କରିପାରିବେ:ଆଫଗାନିସ୍ତାନ ବଂଶୋଦ୍ଭବ ବ୍ୟବସାୟୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ କ୍ଷମତାକୁ ଆସିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ଭୟଙ୍କର ରହିଛି। ଲୋକେ ଦେଶ  ଛାଡ଼ିବାକୁ ବାଧ୍ୟ ହେଉଛନ୍ତି | ତାଲିବାନ ଶାସନରେ ମହିଳା ମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଆଫଗାନିସ୍ତାନର ଅନେକ ଲୋକ ଭାରତରେ ରହିଛନ୍ତୁ ନିଜ ଦେଶକୁ ଯିବାକୁ ଡରୁଛନ୍ତି | କହୁଛନ୍ତି କି ଭାରତର ଜେଲରେ ରହିବୁ ପଛେ ତାଲିବାନ ଶାସିତ ଆଫଗାନିସ୍ତାନକୁ ଜୁବୁ ନାହିଁ | ଆମେରିକା ହାତ ଟେକିଦେବା ପରେ ଏବେ କେବଳ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଆଫଗାନିସ୍ତାନକୁ ସାହାଯ୍ୟ କରିପାରିବେ ବୋଲି କୋଲକାତାରେ ରହୁଥିବା ଆଫଗାନିସ୍ତାନ ବଂଶୋଦ୍ଭବ ବ୍ୟବସାୟୀ କହିଛନ୍ତି।

ଚୀନ-ପାକିସ୍ତାନ ଉପରେ ଆଉ ଭରସା ନାହିଁ, କେବଳ ପ୍ରଧାନମନ୍ତ୍ରୀ ମୋଦୀ ହିଁ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ସକ୍ଷମ ବୋଲି କହିଛନ୍ତି ଜାହିର ଖାନ। ସେ କହିଛନ୍ତି ଯେ, “ଆମେ ପାକିସ୍ତାନର ଉଦ୍ଦେଶ୍ୟ ଉପରେ ବିଶ୍ବାସ କରୁନାହୁଁ କି ଚୀନ୍ ଏବଂ ସାଉଦି ଆରବ ଉପରେ ମଧ୍ୟ ନିର୍ଭର କରୁନାହୁଁ। ଦୀର୍ଘ ଦିନ ଧରି ଭାରତ ଆମର ବନ୍ଧୁ ରହିଆସିଛି ଏବଂ ବର୍ତ୍ତମାନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ସାହାଯ୍ୟ କରିପାରିବେ। ମୁଁ ଭାରତରେ ଜେଲକୁ ଯିବାକୁ ମଧ୍ୟ ରାଜି ଅଛି, କିନ୍ତୁ ମୁଁ ତାଲିବାନ ଶାସିତ ଆଫଗାନିସ୍ତାନକୁ କେବେ ବି ଯିବି ନାହିଁ। ଉଲ୍ଲେଖଯୋଗ୍ୟ, କୋଲକାତାରେ ଅନେକ ଆଫଗାନ ବାସ କରନ୍ତି, ଯେଉଁମାନେ ‘କାବୁଲିୱାଲାସ୍’ ଭାବରେ ଅଧିକ ଜଣାଶୁଣା। ସେମାନେ ଏଠାରେ ‘ଖାନ୍ସ’ ଭାବରେ ମଧ୍ୟ ଜଣାଶୁଣା | ସେମାନେ ପ୍ରାୟ ୧୮୪୦ ଦଶକରେ କୋଲକାତାକୁ ଆସିଥିଲେ ଏବଂ ସେହି ଦିନଠାରୁ ସେମାନେ କୋଲକାତାର ସମୃଦ୍ଧ ଇତିହାସର ଏକ ଅଂଶ ହୋଇଯାଇଥିଲେ |

 

 

Breaking News