ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଜାରି ରହିଛି | ଏହା ଭିତରେ ଦେଖି ବାକୁ ମିଳିଛି ୦ ରୁ ୧୮ ବର୍ଷର ପିଲା ମାନେ କରୋନା ଆକ୍ରାନ୍ତ ହେଉଛନ୍ତି | ୨୦୨୨ ମାର୍ଚ୍ଚ ସୁଦ୍ଧା ପିଲାଙ୍କ ଲାଗି କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇପାରେ। ଚଳିତ ଡିସେମ୍ବର ସୁଦ୍ଧା ୧୮ ବର୍ଷରୁ କମ୍ ବୟସ ବର୍ଗଙ୍କ ପାଇଁ ଏକକାଳୀନ ୩ରୁ ୪ଟି ଟିକା ଅନୁମୋଦନ ହେବାର ସମ୍ଭାବନା ରହିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କରୋନାର ସମ୍ଭାବ୍ୟ ତୃତୀୟ ତରଙ୍ଗର ଚିନ୍ତା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ କହିଛନ୍ତି ପିଲାମାନଙ୍କ ପାଇଁ କରୋନା ଟିକା ଖୁବ୍ ଶୀଘ୍ର ଆରମ୍ଭ ହେବ। ସେ କହିଛନ୍ତି ଯେ ଜିଡସ୍ କ୍ୟାଡିଲା ଏବଂ ଭରତ ବାୟୋଟେକ୍ ଦ୍ବାରା ପିଲାମାନଙ୍କ ପାଇଁ କରୋନା ଟିକା ବିକାଶ ପାଇଁ ଚାଲିଥିବା ଅନୁସନ୍ଧାନର ଫଳାଫଳ ଆସନ୍ତା ମାସରେ ପ୍ରକାଶ ପାଇବ ଏବଂ ଏହା ପରେ ଶୀଘ୍ର କୋଭିଡ୍-୧୯ ଆଣ୍ଟିଡୋଟ୍ ଲଞ୍ଚ ହେବାର ସମ୍ଭାବନା ରହିଛି। “ପିଲାମାନଙ୍କ ପାଇଁ କରୋନା ଟିକା ବିକଶିତ କରିବା ପାଇଁ ଗବେଷଣା କରିବା ପାଇଁ ଜିଡସ୍ କ୍ୟାଡିଲା ଏବଂ ଭରତ ବାୟୋଟେକକୁ ଭାରତ ସରକାର ଅନୁମତି ଦେଇସାରିଛନ୍ତି।
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..