ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଏକ ଫାର୍ମ ହାଉସ୍ ରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି | ଘଟଣାଟି ଘଟିଛି ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଷଡଙ୍ଗୀ ଫାର୍ମ ହାଉସ୍ ରୁ ଛାତ୍ରୀଙ୍କ ମୃତ ମିଳିଛି | ମୃତ ଛାତ୍ରୀଙ୍କ ନାଁ କାମିନୀ ପ୍ରିୟଦର୍ଶୀନି। ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ ତାଙ୍କ ଘର। ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ମେକାନିକାଲ୍ ପ୍ରଫେସର ଅଛନ୍ତି। ଗତକାଲି କାମିନୀ ରାତି ପ୍ରାୟ ୧୨ଟାରେ ନିଜ ମା’ଙ୍କ ସହ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳକୁ ତାଙ୍କ ମା’ ଉଠି ଝିଅ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକ ଖୋଜାଖୋଜି କରିବାରୁ ଘରର କବାଟ ଓ ଗେଟ୍ ଖୋଲାଥିବା ଦେଖିବାକୁ ପାଇଥିଲେ। ଗେଟ୍ ନିକଟରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅର ସନ୍ଧାନ ପାଇ ନ ଥିଲେ। ଆଜି ସକାଳେ ନନ୍ଦନକାନନ ଆଇଆଇସି କାମିନୀଙ୍କ ବାପାଙ୍କୁ ଫୋନ୍ କରି ଷଡଙ୍ଗୀ ଫାର୍ମ ହାଉସ୍କୁ ଯିବାକୁ କହିଥିଲେ। ଘରଠୁ ମାତ୍ର ୫୦୦ ଦୂରରେ ଥିବା ଷଡଙ୍ଗୀ ଫାର୍ମ ହାଉସ୍ରେ ପହଞ୍ଚିଲା ପରେ ପରିବାର ଲୋକେ କାମିନୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। କାମିନୀଙ୍କ ବାପା କହିଛନ୍ତି, ଝିଅ ସବୁବେଳେ ୯୦% ଉପରେ ମାର୍କ ରଖେ । ହେଲେ ଜେଇଇ ପରୀକ୍ଷା ସାମାନ୍ୟ ଖରାପ ହୋଇଥିବାରୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲା। ତାକୁ ଆମେ ବୁଝାଇଥିଲୁ। ଆମ ତରଫରୁ ତା’ଉପରେ କୌଣସି ଚାପ ନ ଥିଲା। ସେ କହିଛନ୍ତି, ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ସେ ରାତି ୧ଟା୫୫ରେ ନନ୍ଦନକାନନ ଆଡ଼କୁ ଚାଲି ଚାଲି ଯାଉଥିବା ଦେଖିଥିଲୁ। ଝିଅ ପୂର୍ବରୁ କେବେ ବି ଏହି ଫାର୍ମ ହାଉସକୁ ଆସିନି। ଆତ୍ମହତ୍ୟା କରିବାର ଥିଲେ ସେ ଘର ନିକଟରେ ଥିବା ପୋଖରୀରେ କରି ପାରିଥା’ନ୍ତା। ଏଠାକୁ କିପରି ଓ କାହିଁକି ଆସିଲା ବୋଲି ପ୍ରଶ୍ନ କରିଛନ୍ତି | କହିଛନ୍ତି କି ଏହି ଫାର୍ମ ହାଉସ୍ର ଚାରିପଟେ ୧୦ ଫୁଟ ଉଚ୍ଚତାର ପାଚେରି ଥିବା ବେଳେ ଭିତରକୁ ପ୍ରବେଶ କରିବାକୁ ୪ଟି ଗେଟ୍ ଅଛି। ଗେଟ୍ରେ ତାଲା ପଡ଼ିଥିଲା। ତେଣୁ ସେ ରାତି ଅଧରେ କିପରି ଭିତରେ ପଶିଲା | ଏକୁଟିଆ ଝିଅକୁ ରାସ୍ତାରେ ଦେଖି କେହି ପ୍ରଲୋଭିତ କରି ଆଣିଥାଇପାରେ। ବୋଲି କହିଛନ୍ତି ଛାତ୍ରୀଙ୍କ ବାପା | ପୋଲିସ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଜାରିରଖି ଥିବା ନେଇ ଜଣାପଡିଛି |






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……