ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ଅଲିମ୍ପିଆନ ସୟଦ ସାହିଦ୍ ହକିମ୍ଙ୍କ ପରଲୋକ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା | ରବିବାର କର୍ଣ୍ଣାଟକର ଗୁଲବର୍ଗାସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ଗତ କିଛି ଦିନ ହେବ ହକିମ୍ ହୃଦଘାତର ଯୋଗୁଁ ଚିକିତ୍ସିତ ହେଉଥିଲେ। ତାଙ୍କର ପରଲୋକ ହୋଇଥିବା ନେଇ ପତ୍ନୀ ସାଦିଆ ସୟଦା ସୂଚନା ଦେଇଛନ୍ତି। ସ୍ବର୍ଗତ ହକିମ ଫୁଟବଲ ଖେଳାଳି ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ୧୯୬୦ ରୋମ ଅଲିମ୍ପିକ୍ସରେ ଭାରତୀୟ ଫୁଟବଲ ଦଳ ପକ୍ଷରୁ ପ୍ରତିିନିଧିତ୍ବ କରିଥିଲେ। ଫୁଟବଲ ଖେଳ ଛାଡ଼ିବା ପରେ ପ୍ରଶିକ୍ଷଣକୁ ଆପଣାଇଥିଲେ। ୫ ଦଶନ୍ଧି ଧରି ଭାରତୀୟ ଫୁଟବଲ ସହିତ ଜଡ଼ିତ ଥିଲେ। ସ୍ବର୍ଗତ ହକିମ୍ ୧୯୮୨ ଏସୀୟ କ୍ରୀଡ଼ାରେ ସ୍ବର୍ଗତ ପି.କେ. ବାନାର୍ଜୀଙ୍କ ସହ ଭାରତୀୟ ଦଳର ସହ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଫୁଟବଲ ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ଓ ଜୀବନବ୍ୟାପୀ ଅବଦାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ପାଇଥିଲେ।
More Stories
ଆସୁଛି ଲଘୁଚାପ !ପ୍ରବଳ ବର୍ଷା ସମ୍ଭାବନା…..
‘Gen-Z ବଞ୍ଚାଇବ ସମ୍ବିଧାନ: ରାହୁଲ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……