ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ସାଂସଦ -ବିଧାୟକମାଙ୍କ ନାମରେ ଥିବା ମାମଲାଗୁଡ଼ିକୁର ତଦନ୍ତ କାର୍ଯ୍ୟ ଶେଷ କରି ଚାର୍ଜସିଟ୍ ଦାଖଲ କରିବାକୁ ଇଡି ଏବଂ ସିବିଆଇ ନିର୍ଦ୍ଦେଶ ଦେଲେ ପ୍ରଧାନ ବିଚାରପତି ଏନ୍. ଭି. ରମନା | ସାଂସଦ ଏବଂ ବିଧାୟକମାନେ ଜଡ଼ିତ ମାମଲାଗୁଡ଼ିକର ଚାର୍ଜସିଟ୍ ଦାଖଲରେ ବିଳମ୍ବ ହେଉଥିବାରୁ ଏନ୍. ଭି. ରମନା ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଏବଂ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’କୁ (ସିବିଆଇ) ଭର୍ତ୍ସନା କରିଛନ୍ତି। ଏକ ମାମଲାର ଶୁଣାଣି ବେଳେ ସେ କହିଛନ୍ତି, ତଦନ୍ତ କାର୍ଯ୍ୟ ବାକି ଥିଲେ ତୁରନ୍ତ ତାହା ଶେଷ କରି ଚାର୍ଜସିଟ୍ ଦାଖଲ କର। ମାମଲାକୁ ଅଯଥାରେ ପକାଇ ରଖନାହିଁ। ଆଜିର ଏହି ଶୁଣାଣିରେ ସେ ଆହୁରି ମଧ୍ୟ କହିଛନ୍ତି, ସାଂସଦ ଏବଂ ବିଧାୟକ ସଂଶ୍ଳିଷ୍ଟ ଥିବା ଘଟଣାରେ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରିବା ଲାଗି ଏକ ପୂର୍ବ ଆଦେଶରେ ମଧ୍ୟ ଆମ୍ଭେ ଉଚ୍ଚ ନ୍ୟାୟାଳୟମାନଙ୍କୁ କହିସାରିଛୁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଅନ୍ୟ ଏଜେନ୍ସିମାନଙ୍କୁ ଉଦ୍ଦେଶ୍ୟ କରି ଭାରତର ପ୍ରଧାନ ବିଚାରପତି ରମନା କହିଲେ, ଏହି ରିପୋର୍ଟ ଖୁବ୍ ଅସ୍ପଷ୍ଟ। ୧୦-୧୫ ବର୍ଷ ହେବ ଚାର୍ଜସିଟ୍ କିଂବା କିଛି ଫାଇଲ୍ ନ ହେବାର କାରଣ ଦର୍ଶାଯାଇ ନାହିଁ। ୨୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ‘ଆଟାଚ୍’ କରି ନ ଥିବାର କୌଣସି ମାମଲା ନାହିଁ, କିନ୍ତୁ ଅଦ୍ୟାବଧି କିଛି ‘ଫାଇଲ୍’ କରାଯାଇ ନାହିଁ। ନିର୍ଦ୍ଦିଷ୍ଟ ଭାବେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କିଛି କରୁନାହିଁ। ପ୍ରଧାନ ବିଚାରପତି ରମନାଙ୍କ କଟୁ ମନ୍ତବ୍ୟ ପରେ ସଲିସିଟର୍ ଜେନେରାଲ୍ କହିଥିଲେ, ଏଭଳି କେତେକ ମାମଲା ଅଛି ଯାହା ଉପରେ ବିଚାର କିଂବା ତଦନ୍ତ ଚାଲିଛି ଏବଂ ଅଦାଲତ ରହିତାଦେଶ ଜାରି କରିଛନ୍ତି। ମାତ୍ର, ରହିତାଦେଶ ଜାରି ହୋଇଥିଲେ ଚାର୍ଜସିଟ୍ ଫାଇଲ୍ କରାଯିବାରେ ବିଳମ୍ବ ହେବାକୁ ସେ ଯଥାର୍ଥ ମଣୁ ନାହାନ୍ତି। କିନ୍ତୁ, ପ୍ରଧାନ ବିଚାରପତି ସଲିସିଟର୍ ଜେନେରାଲ୍ଙ୍କ ମତକୁ ଅଗ୍ରାହ୍ୟ କରି କହିଛନ୍ତି, ସେ କଥା ଅସତ୍ୟ। ପ୍ରାୟ ୨୦୦ ମାମଲାରୁ ୮ଟି ମାମଲା ଉପରେ ଅଦାଲତ ରହିତାଦେଶ ଜାରି କରିଛନ୍ତି। ତେଣୁ, ଏ ସଂକ୍ରାନ୍ତରେ ‘ଇଡି’ ଏବଂ ‘ସିବିଆଇ’ ନିର୍ଦେଶକଙ୍କ ସହ ଆଲୋଚନା କରିବା ଲାଗି ସମ୍ପ୍ରତି ସୁପ୍ରିମ୍ କୋର୍ଟ ସଲିସିଟର୍ ଜେନେରାଲ୍ଙ୍କୁ କହିଛନ୍ତି। ଏହାଛଡ଼ା, କାର୍ଯ୍ୟଭାର ଅଧିକ ଥିବାରୁ ସେମାନେ କୌଣସି ପ୍ରକାର ମାନବ ସମ୍ବଳ ବା ଭିତ୍ତିଭୂମିଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି, ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ସୁପ୍ରିମ୍ କୋର୍ଟ ତାଙ୍କୁ କହିଛନ୍ତି।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..