Report Card Odisha

| Daily Odia News

ତାଲିବାନୀଙ୍କ ସହ ଯୁଦ୍ଧ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ:କମାଣ୍ଡର ଅମିର ଅକମଲ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ ଆଫଗାନିସ୍ତାନକୁ କବଜା କରି ନିଜର ଶକ୍ତି ପ୍ରଦର୍ଶନ କରୁଛି | କିନ୍ତୁ ଆଫଗାନର ପଞ୍ଜଶିର ନାମକ ଏକ ଅଣ୍ଚାକୁ ଦଖଲ କରି ପାରିନାହିଁ | ପଞ୍ଜଶିରର କମାଣ୍ଡର ଅମିର ଅକମଲ ତାଲିବାନୀଙ୍କ ସହ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ସେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏ କଥା କହିଛନ୍ତି। ସେ କହିଛନ୍ତି ସେମାନେ ଯେକୌଣସି ଫାଟକରୁ ତାଲିବାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ। ଆମିର ଅକମଲ କହିଛନ୍ତି, “ଯେଉଁମାନେ ପପୁଲାର୍‌ ରେଜିଷ୍ଟାନ୍ସ ପ୍ରଣ୍ଟ୍‌ ଯୋଗ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ, ସୈନିକ ଏବଂ ପୂର୍ବତନ ଜିହାଦି କମାଣ୍ଡରସ୍‌। ସେମାନେ ସମସ୍ତଙ୍କ ପାଇଁ ଏକ ବ୍ୟାପକ ତଥା ଗ୍ରହଣୀୟ ବ୍ୟବସ୍ଥା ଚାହୁଁଛନ୍ତି। ଆମର ଯୁଦ୍ଧ ଏବଂ ସାମରିକ ପାଇଁ ସମସ୍ତ ସୁବିଧା ଅଛି, ଆମେ ତାଲିବାନ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ପାକିସ୍ତାନ ସମର୍ଥିତ ତାଲିବାନକୁ ଦଖଲ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ତାଜିକମାନେ ଭୟଙ୍କର ଯୋଦ୍ଧା ଅଟନ୍ତି। ଏହି ପ୍ରତିରୋଧରେ ଯୋଗଦେବା ପାଇଁ ଅନେକ ଆଫଗାନିସ୍ତାନ ନ୍ୟାସନାଲ ଆର୍ମି ସେନା ପଞ୍ଜଶିରରେ ପହଞ୍ଚିଥିବା ଜଣାପଡ଼ିଛି।

Breaking News