ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ସନ୍ଧ୍ୟା ୫ ତା ୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ | ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । ଏଥିରେ ପଞ୍ଚାୟତିରାଜ ବ୍ୟବସ୍ଥାର ସଂରକ୍ଷଣ ବ୍ୟବସ୍ଥା ନେଇ କେତେକ ସଂଶୋଧନ ପ୍ରସ୍ତାବ ରହିବ । ଏହାଦ୍ୱାରା ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ଲାଗି ରାଜ୍ୟ ସରକାରଙ୍କ କେତେ ଆନ୍ତରିକତା ତାହା ପ୍ରତିଫଳିତ ହେବ ବୋଲି ଜଣାଯାଇଛି। ଏହା ସହିତ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଙ୍କ କ୍ୟାଡର ପୁନର୍ଗଠନ କରାଯିବା ପାଇଁ ପ୍ରସ୍ତାବ ଆସିବ। ଏହାବାଦ୍ ପରିବହନ ବିଭାଗ ପକ୍ଷରୁ ‘ଇ-ଯାନ’ ନୀତି ଭଳି ବିଭିନ୍ନ ବିଭାଗର କ୍ୟାଡ଼ର ପୁନର୍ଗଠନ ସହିତ ପାନୀୟଜଳ ଯୋଗାଣ ଟେଣ୍ଡର ଭଳି କେତେକ ପ୍ରସ୍ତାବ ଆସିବାକୁ ରହିଥିବା ଜଣାଯାଇଛି।






More Stories
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……
୨୪ରେ ରାଜ୍ୟ କ୍ୟାବିନେଟ……
ବିଧାୟକଙ୍କ ଦରମା ବୃଦ୍ଧି ନେଇ ହାଇକୋର୍ଟରେ ମାମଲା…..