ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଜଣେ ମୟୂରଭଞ୍ଜ ଜିଲ୍ଲାର ୫ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ ଶିଶୁକନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି। ୨ ଶିଶୁଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ରୁ ଯୋଗେସୂଚନା ଦିଆଯାଇଛି। ମୃତ ୫ ମାସର ଶିଶୁକନ୍ୟା ହୃଦ୍ରୋଗରେ ଆକ୍ରାନ୍ତ ଥିଲେ। ସେହିପରି କଟକ ଜିଲ୍ଲାର ମୃତ ଶିଶୁକନ୍ୟା ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲେ। ସେ ମାତ୍ର ୧୨ ଦିନର ଥିଲେ। ସେହିପରି, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଜଣ ଶିଶୁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପିଲା SNCUରେ ଚିକିତ୍ସିତ ହେଉଥିବା ବେଳେ ଆଉ ୮ ଜଣଙ୍କ ବୟସ ମାସକରୁ ଅଧିକ ଅଛି। ଅଭିଭାବକଙ୍କ ସହମତିରେ ୨ ଜଣଙ୍କୁ କଟକ ରେଫର କରାଯାଇଛି। ବାଲେଶ୍ୱର CDMO ଦୁଲାଲସେନ ଜଗଦେବ ଏହି ସୂଚନା ଦେଇଛନ୍ତି। ତୃତୀୟ ଲହରରେ କରୋନା ଶିଶୁଙ୍କୁ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ବାଲେଶ୍ୱରରେ ପିଲାଙ୍କ ପାଇଁ ୪୦ଟି ବେଡ୍ କରାଯିବାର ବ୍ୟବସ୍ଥା ହୋଇଛି।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..