ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁରୁବାର ସଂଧ୍ୟାରେ କାବୁଲ ବିମାନ ବନ୍ଦର ସମେତ ନିକଟବର୍ତ୍ତୀ ସ୍ଥାନରେ ସାତଟି ବିସ୍ପୋରଣ ଘଟଣାକୁ ଭାରତ ଦୃଢ ନିନ୍ଦା କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଭଳି ଆକ୍ରମଣ ସମୁଦାୟ ବିଶ୍ୱକୁ ଆତଙ୍କବାଦ ବିରୋଧରେ ସମ୍ମିଳିତ ଭାବେ ଦୃଢ ଭାବରେ ଛିଡାହେବାର ଆବଶ୍ୟକତାକୁ ବଢାଇ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଆତଙ୍କି ଆକ୍ରମଣରେ ମୃତାହତ ହୋଇଥିବା ପରିବାରଗୁଡିକ ପ୍ରତି ଭାରତ ଗଭୀର ସମବେଦନା ଜଣାଉଛି। ସୂଚନାଯୋଗ୍ୟ ଯେ ଏହି ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ସମେତ ୧୦୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାପରେ ତୁରନ୍ତ କାବୁଲ ବିମାନ ବନ୍ଦରର ସମସ୍ତ ଫାଟକକୁ ବନ୍ଦ କରିଦିଆଯିବା ସହିତ ସେଠାରୁ ଲୋକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଇତିମଧ୍ୟରେ ଗୁରୁବାର ପୂର୍ବାହ୍ନରେ ଭାରତର ୨୪ ଜଣ ନାଗରିକ ଏବଂ ନେପାଳର ୧୧ ଜଣ ନାଗରିକଙ୍କୁ ଧରି ବାୟୁସେନାର ବିମାନ ଭାରତ ଫେରିଥିଲା। ଏହାସତ୍ତେ୍ୱ ସେଠାରେ ୨୦ ଭାରତୀୟ ନାଗରିକଙ୍କ ସମେତ ୧୨୦ ଜଣ ଆଫଗାନ ହିନ୍ଦୁ ଓ ଶିଖ ରହିଯାଇଛନ୍ତି। ସେମାନେ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚି ନପାରିବାରୁ ସେମାନଙ୍କୁ ଅଣାଯାଇପାରିନଥିଲା।






More Stories
ଅଖିଳେଶଙ୍କୁ ଭାଜପା ନେତାଙ୍କ ଚେତାବନୀ…..
ମୁଖ୍ୟମନ୍ତ୍ରୀ ପଦ ହରାଇଲେ ମମତା…..
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……