ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ମଧ୍ୟରେ ଡେରାଡୁନ-ଋଷିକେଶ ମାର୍ଗରେ ଥିବା ରାଣୀପୋଖରୀ ପୋଲ ମଝିରୁ ଭାଙ୍ଗି ଯାଇଛି। ଏହି ସମୟରେ ପୋଲ ଦେଇ ଯାତାୟାତ କରୁଥିବା ଅନେକ ଗାଡି ଭାସି ଯାଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଥିବା ଖବର ଆସିନାହିଁ। କିନ୍ତୁ କିଛି ଲୋକ ଆହତ ହୋଇଛନ୍ତି। ପୋଲ ଭାଙ୍ଗିଯିବାରୁ ଦୁଇଟି ଲୋଡର ଓ ଗୋଟିଏ କାର ନଦୀରେ ପଡିଯାଇଥିଲା। ଜଣେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲ ପଡିଯିବା ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ଡେରାଡୁନ-ଋଷିକେଶ ମାର୍ଗ ମଧ୍ୟରେ ଯୋଗାଯୋଗ ଠପ ହୋଇଯାଇଛି। ଗାଡିଗୁଡିକୁ ଡେରାଡୁନ ନେପାଳୀ ଫାର୍ମ ଆଡକୁ ଡାଇଭର୍ଟ କରି ଋଷିକେଶ ପଠାଯାଉଛି। ଘଟଣାସ୍ଥଳର ଭିଡିଓ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲ ହଠାତ ଭାଙ୍ଗିନଥିଲା ଓ ନଦୀରେ ପାଣିର ସ୍ରୋତ ପ୍ରଖର ନଥିଲା। ନଚେତ ଅଧିକ କ୍ଷୟକ୍ଷତି ହୋଇଥାନ୍ତା।






More Stories
ଆସନ୍ତାକାଲି ପଶ୍ଚିମବଙ୍ଗ ନିର୍ବାଚନ……
ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି…..
ରାୟଗଡା ସିଜିମାଳିକୁ ସଂଯୋଗ ହେବ ରେଳଲାଇନ୍…..