Report Card Odisha

| Daily Odia News

ବାଦଲା ନେଲା ଆମେରିକାର, ISIS-K ଉପରେ କଲା ଏୟାର ଷ୍ଟ୍ରାଇକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଇଏସଆଇଏସ-କେ ଉପରେ ପ୍ରତିଶୁଧନ ନେଲା ଆମେରିକାର | ଶୁକ୍ରବାର ଆମେରିକା ସେନା ଆଇଏସଆଇଏସ-କେ ଉପରେ ଏୟାର ଷ୍ଟ୍ରାଇକ କରିଛି । ପୂର୍ବ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣ ହୋଇଛି। କାବୁଲ ବିସ୍ଫୋରଣ ପରେ ଆମେରିକା ଏହାର ପ୍ରତିଶୋଧ ଘୋଷଣା କରିଥିଲା । ଏହି ଆକ୍ରମଣରେ ଆଇଏସ୍-କେର ମାଷ୍ଟରମାଇଣ୍ଡ ନିହତ ହୋଇଥିବା ଆମେରିକା ଦାବି କରିଛି । କାବୁଲରେ ଆତ୍ମଘାତୀ ବିସ୍ଫୋରଣର ଜବାବରେ ଆମେରିକା ISIS-K ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ​​। ଏହି ଆକ୍ରମଣରେ ଆଇଏସଆଇଏସ-କେ ବହୁ କ୍ଷତିର ସମ୍ମୁଖୀନ ହୋଇଥିବା ଜଣାପଡିଛି । କାବୁଲ ବିମାନବନ୍ଦରରେ ଆକ୍ରମଣର ୩୬ ଘଣ୍ଟା ମଧ୍ୟରେ ଆମେରିକା ଆଇଏସ୍-କେ ଟାର୍ଗେଟରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଆମେରିକାର ଡ୍ରୋନ୍ ଆଇଏସ୍-କେ କୁ ଟାର୍ଗେଟ କରିଛି । ଆମେରିକାର ସେନା ମୁଖପାତ୍ର ନୌସେନା କ୍ୟାପଟେନ ବିଲ୍ ଅର୍ବାନ କହିଛନ୍ତି ଯେ ଆଫଗାନିସ୍ତାନର ନଙ୍ଗରହର ପ୍ରଦେଶରେ ଆଇଏସ୍-କେ ବେସ ଉପରେ ଆମେରିକା ସେନା ଏୟାର ଷ୍ଟ୍ରାଇକ୍ କରିଛି । ଆମେ ଲକ୍ଷ୍ୟକୁ ହିଟ୍ କରିଥିବାର ସୂଚନା ଅଛି । ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇନାହିଁ । ସୂଚନା ଥାଉକି ଆମେରିକାର ଜାତୀୟ ସୁରକ୍ଷା ଦଳ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଭେଟି କାବୁଲ ବିମାନବନ୍ଦରରେ ସୁରକ୍ଷା ବୃଦ୍ଧି କରିବାକୁ କହିଛନ୍ତି । କାବୁଲ ବିମାନବନ୍ଦରରେ ଆମେରିକା ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରୁଛି । କାବୁଲ ବିମାନବନ୍ଦରରେ ଅଧିକ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଆମେରିକା ପ୍ରକାଶ କରିଛି । ଆଫଗାନିସ୍ତାନର ନାଙ୍ଗରହାରରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି । ନାଙ୍ଗରହାରରେ ଆଇଏସ୍ ଆତଙ୍କବାଦୀଙ୍କ ଏକ ଗଡ଼ ରହିଛି । ଏହି ଅଞ୍ଚଳ ଆଫଗାନିସ୍ତାନ ଏବଂ ପାକିସ୍ଥାନ ସୀମାରେ ଅଛି । ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଆଇଏସ-କେ ଆତଙ୍କବାଦୀଙ୍କ ସମେତ ଅନେକ ଆତଙ୍କବାଦୀଙ୍କୁ ଜେଲରୁ ଛାଡି ଦେଇଛି । କାବୁଲ ବିମାନବନ୍ଦର ସିରିଏଲ ବିସ୍ଫୋରଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆତଙ୍କବାଦୀଙ୍କୁ ହତ୍ୟା କରିବାକୁ ସେ ଚେତାବନୀ ଦେଇଥିଲେ । ଆଫଗାନିସ୍ତାନର ଆଇଏସ୍-କେ ବେସ ଉପରେ ଏୟାର ଷ୍ଟ୍ରାଇକ୍ କରି ଆମେରିକାର ସୈନ୍ୟବାହିନୀ ମଧ୍ୟ ଏହା କରିଥିଲେ ।

Breaking News