Report Card Odisha

| Daily Odia News

ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୬୫୦କୁ ବୃଦ୍ଧି……

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୬୫୦୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୪୯୧ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୫୮ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୧୯ ଜଣ ପଜିଟିଭ ରହିଛନ୍ତି । ଆଜିର ଚିହ୍ନଟ ଅକ୍ରାଙ୍କ ମଧ୍ୟରେ -ଅନୁଗୁଳ ଜିଲ୍ଲାରୁ – ୨୨, ବାଲେଶ୍ୱର- ୩୧, ବରଗଡ଼- ୩, ଭଦ୍ରକ- ୧୦, ବଲାଙ୍ଗିର- ୧, ବୌଦ୍ଧ- ୫, କଟକ- ୯୮, ଦେବଗଡ଼- ୧୧, ଢେଙ୍କାନାଳ- ୨୧, ଗଂଜାମ-୪, ଜଗତସିଂହପୁର- ୨୧, ଯାଜପୁର- ୩୨, ଝାରସୁଗୁଡ଼ା-୧, କଳାହାଣ୍ଡି- ୩, କନ୍ଧମାଳ- ୨, କେନ୍ଦ୍ରାପଡ଼ା- ୨୭, କେନ୍ଦୁଝର- ୧୬, ଖୋର୍ଦ୍ଧା- ୩୬୧, କୋରାପୁଟ- ୪, ମାଲକାନଗିରି- ୧, ମୟୂରଭଂଜ- ୨୦, ନୟାଗଡ଼- ୧୪, ନୂଆପଡ଼ା-୨, ପୁରୀ- ୨୮, ରାୟଗଡ଼ା- ୨, ସମ୍ବଲପୁର- ୧୫, ସୁନ୍ଦରଗଡ଼- ୧୬, ଷ୍ଟେଟପୁଲ- ୭୮ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓଏ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |

Breaking News