ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନମାନେ ସେମାନଙ୍କ ବିରୋଧୀଙ୍କୁ ହତ୍ୟା କରିବାରେ ଲାଗିଛନ୍ତି । ଯିଏ ବି ବିରୋଧ କରୁଛନ୍ତି ସେମାନେ ତାଲିବାନୀଙ୍କ ଗୁଳିର ଶିକାର ହେଉଛନ୍ତି । ଖାସ୍ କରି ଗଣମାଧ୍ୟମ ସହ ଅନେକ ସଂସ୍ଥାର କର୍ମଚାରୀଙ୍କୁ ବି ଛାଡୁନାହଁନ୍ତି । ହେଲେ ଏବେ କିନ୍ତୁ ପରବର୍ତ୍ତୀ ଟାର୍ଗେଟ ବନିଛନ୍ତି ନାମୀଦାମୀ ସିଙ୍ଗର । ଆଫଗାନିସ୍ତାନର ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ମାସୁଦ ଆଣ୍ଡ୍ରାବି ଆଫଗାନିସ୍ତାନ ନ୍ୟୁଜ ଏଜେନ୍ସିଙ୍କୁ କହିଛନ୍ତି ଯେ ତାଲିବାନ ସ୍ଥାନୀୟ ଆଣ୍ଡ୍ରାବ ଗାୟକ ଫୱାଦ ଆଣ୍ଡ୍ରାବୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ତାଲିବାନ କାର୍ଯ୍ୟକଳାପକୁ ସେ କ୍ରମାଗତ ଭାବରେ ଏହାର ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବାର ଦୁଇ ସପ୍ତାହ ବିତିଗଲାଣି । ତଥାପି ଜାରି ରହିଛି ସେମାନଙ୍କର ବର୍ବରତା ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……