ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ | ଏହାକୁ ଦୃଷ୍ଟିରେ ରଖି ରବିବାର ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଇଛି | ୪୯୩ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପାଇଁ ରବିବାର କୋଭିଡ୍ ଟେଷ୍ଟ କରାଯାଇଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାନସଭାର ସମସ୍ତ ସଦସ୍ୟଙ୍କ ଆଣ୍ଟିବଡି ସହ କୋଭିଡ୍ ପରୀକ୍ଷା କରାଯାଇଥିଲା । ଏଥିପାଇଁ ବିଧାନସଭା ପରିସରରେ ବିଧାନସଭା ସଦସ୍ୟଙ୍କ କୋଭିଡ୍ ନମୁନା ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଥିଲା । ବିଧାନସଭାର ସବୁ କର୍ମଚାରୀଙ୍କର ମଧ୍ୟ ଆରଟିପିସିଆର ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଆସନ୍ତା ପହିଲାରୁ ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଆସନ୍ତା ୯ ଯାଏଁ ଚାଲିବ । ଏଥିରେ ୮ଟି କାର୍ଯ୍ୟଦିବସ ଥିବାବେଳେ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଗୃହକାର୍ଯ୍ୟ ପୂର୍ବାହ୍ନ ସାଢେ ୧୦ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଏବଂ ଅପରାହ୍ନରେ ୪ଟାରୁ ୬ଟା ଯାଏଁ ଚାଲିବ ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..