ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅକ୍ଟୋବର ୪ ରେ ରାଜ୍ୟ ସଭାର ୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ ଉଦ୍ଦିଷ୍ଟ। ଏହା ସହିତ ବିହାର ବିଧାନ ପରିଷଦରେ ଖାଲି ପଡ଼ିଥିବା ଆସନ ପାଇଁ ଉପ ନିର୍ବାଚନ ମଧ୍ୟ ଏହି ତାରିଖରେ ଅନୁଷ୍ଠିତ ହେବ। ୬ ରାଜ୍ୟ ସଭା ଆସନ ମଧ୍ୟରେ ତାମିଲନାଡୁର ୨ଟି ଆସନ ଥିବାବେଳେ ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ଗୋଟିଏ ଲେଖାଏଁ ଆସନ ରହିଛି। ଏନେଇ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ସେପ୍ଟେମ୍ବର ୨୨ ରହିଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..