ରିପୋର୍ଟ କାର୍ଡ / ଭୁବନେଶ୍ଵର
ୱେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ଼ ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ ମାଲ୍ଲା ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ନେବ ଇଓଡବ୍ଲୁ । ଓପିଆଇଡି କୋର୍ଟରେ ୩ ଦିନ ରିମାଣ୍ଡ ପାଇଁ ଆବେଦନ କଲା ଇଓଡବ୍ଲୁ । ଠକେଇର ପରିମାଣ ସହ କେତେ ଲୋକଙ୍କୁ ଠକିଛନ୍ତି ସେ ନେଇ ପଚରାଉଚରା କରିବ ଇଓଡବ୍ଲୁ । ସେହିପରି ଟଙ୍କା କେଉଁଠି ବିନିଯୋଗ କରିଛନ୍ତି, ସିଷ୍ଟର କମ୍ପନୀର ମଧ୍ୟ ଖୋଳତାଡ କରିବ । ଏହାସହ ତାଙ୍କ ଗ୍ଲାମର ଲିଙ୍କ୍ ନେଇ ମଧ୍ୟ ତଦନ୍ତ ହେବ । ସହଯୋଗୀଙ୍କ ସମ୍ପୃକ୍ତି ଏବଂ ପାରିବାରିକ ଲିଙ୍କ୍ ସହ ସ୍ଥାବର ଆସ୍ଥାବର ସମ୍ପତ୍ତି, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଆର୍ଥିକ କାରବାର ଉପରେ ଇଓଡବ୍ଲୁ ଖୋଳତାଡ଼ କରିବାନେଇ ସୂଚନା ମିଳିଛି ।






More Stories
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……