ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡ ଯୋଶିମଠ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଶନିବାର ଭୋର ପ୍ରାୟ ୫.୫୮ରେ ଏହି ଭୂକମ୍ପନ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ଭୂକମ୍ପ ପ୍ରଭାବରେ ଉକ୍ତ ଅଞ୍ଚଳରେ ମୃତାହତ ଅଥବା କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଚଳିତ ବର୍ଷ ଉତ୍ତରାଖଣ୍ଡ ଭୟଙ୍କର ବର୍ଷା ବିତ୍ପାତ ଏବଂ ପାହାଡ ଧସିବା ଜନିତ ପରିସ୍ଥିତିର ସାମନା କରୁଥିବାବେଳେ କେତେଥର ଭୂକମ୍ପନ ମଧ୍ୟ ଅନୁଭୂତ ହୋଇସାରିଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..