Report Card Odisha

| Daily Odia News

ଫେସବୁକରେ ଫେକ୍ ଆକାଉଣ୍ଟ କରି ଲୁଟୁଥିଲେ ମହିଳା,ବାନ୍ଧିଲା ପୋଲିସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଫେସବୁକରେ ଫେକ୍ ଆକାଉଣ୍ଟ କରି ଯୁବକଙ୍କୁ ଲୁଟୁଥିଲେ ମହିଳା । ଅନେକ ଯୁବକଙ୍କ ଠାରୁ ଲୁଟୁଥିଲେ ମହିଳା ୪୨୦ । ଭୁବନେଶ୍ୱର ସହିଦନଗର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ଫେସବୁକର ଫେକ୍ ଆଞ୍ଜେଲ ପ୍ରିୟାଙ୍କୁ ଗିରଫ କରିଛି ପୋଲିସ । ଅଭିଯୋଗ ହୋଇଛି, ଯୁବତୀ ଫେସବୁକରେ ନିଜ ଫଟୋ ନଦେଇ ଅଜଣା ସୁନ୍ଦରୀଙ୍କ ଫଟୋ ଅପଲୋଡ୍ କରୁଥିଲେ । ନିଜ ପ୍ରେମ ଜାଲରେ ବହୁ ଯୁବକଙ୍କୁ ଫସାଉଥିଲେ । କାହାକୁ କେତେବେଳେ କହୁଥିଲେ ସେ ଡାକ୍ତର ତ କାହାକୁ କହୁଥିଲେ ଇଞ୍ଜିନିୟର । ପରେ ଟଙ୍କା ନେଇ ଛୁ ମାରୁଥିଲେ । ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଜଣେ ଯୁବକ ଅଭିଯୋଗ କରିଥିଲେ । ବହୁ ଯୁବକଙ୍କୁ ସେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଖୋଳତାଡ ଆରମ୍ଭ କରିଥିଲା ସହିଦନଗର ଥାନା ପୋଲିସ । ତାଙ୍କ ନିକଟରୁ ଜବତ ହୋଇଛି ୧ଲକ୍ଷ ୩୩ହଜାର ଟଙ୍କା, ମୋବାଇଲ୍, ଏଟିଏମ୍ କାର୍ଡ ଓ ବ୍ୟାଙ୍କ ପାସବୁକ୍ । ସେ କେତେ ଜଣଙ୍କୁ ଠକିଛନ୍ତି ପୋଲିସ ଖୋଳତାଡ ଜାରି ରଖିଛି । ସୂଚନା ଅନୁସାରେ- ଯୁବତୀଙ୍କ ପ୍ରକୃତ ନାଁ ହେଉଛି ପ୍ରିୟଙ୍କା ପ୍ରିୟଦର୍ଶିନୀ। ଘର ବାଣପୁରର ନାଚୁଣୀ ଅଞ୍ଚଳରେ। ହେଲେ ସେ ରାଜଧାନୀର ଓୟୋ ହୋଟେଲ୍‌ରେ ରୁମ୍‌ ଭଡା ନେଇ ରହୁଥିଲେ ।  ଯୁବତୀ ଜଣକ ନକଲି ଫେସବୁକ୍ ଓ  ହ୍ୱାଟସଆପ ଖୋଲି ସେଥିରେ ସୁନ୍ଦରୀ ଝିଅଙ୍କ ଫଟୋ ରଖୁଥିଲେ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ  ବ୍ୟୁଟିସିଆନ ଓ କେତେବେଳେ ଆଇଟି ପ୍ରଫେସନାଲ ବୋଲି ପରିଚୟ ଦେଉଥିଲେ।  ଏଥିପାଇଁ ଅନ୍ୟ ଝିଅମାନଙ୍କ ଫଟୋ ବ୍ୟବହାର କରୁଥିଲେ।

Breaking News