Report Card Odisha

| Daily Odia News

ବର୍ଷାରେ ବେହାଲ ଦିଲ୍ଲୀ,ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଲା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ହୋଇଥିବା ବର୍ଷାର ପରିମାଣ ବିଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ‘ସଫ୍‌ଦରଗଞ୍ଜ୍‌ ଅବଜର୍‌ଭେଟରି’ ୧,୧୦୦ ମିଲିମିଟର୍‌ ବର୍ଷା ହୋଇଛି । ଫଳରେ ୨୦୦୩ରେ ୧,୦୫୦ ମିଲିମିଟର୍‌ ବୃଷ୍ଟିପାତ ହୋଇ ଯେଉଁ ମୌସୁମୀ ବର୍ଷା ରେକର୍ଡ ସୃଷ୍ଟି ହୋଇଥିଲା ତାହା ଆଜି ଭାଙ୍ଗିଯାଇଛି। ମୌସୁମୀ ବାୟୁ ପ୍ରବାହଜନିତ ବର୍ଷକାଳ ଶେଷ ହୋଇ ନ ଥିଲେ ମଧ୍ୟ ଆଜି ଦିଲ୍ଲୀରେ ହୋଇଥିବା ବୃଷ୍ଟିପାତ ୧୯୭୫ ମସିହା ପରଠାରୁ ଏଯାବତ୍ ରେକର୍ଡ କରାଯାଇଥିବା ବୃଷ୍ଟିପାତ ଠାରୁ ସର୍ବାଧିକ ବୋଲି ଜଣାପଡ଼ିଛି। ୧୯୭୫ ମସିହାରେ ଦିଲ୍ଲୀରେ ୧,୧୫୦ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ସେହିପରି, ୨୦୧୦ରେ ମଧ୍ୟ ଦିଲ୍ଲୀରେ ୧୦୦୦ ମିଲିମିଟର୍‌ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଥିଲା। ସଫ୍‌ଦରଗଞ୍ଜ୍‌ ଅବଜର୍‌ଭେଟରି’ ସୂଚନା ଅନୁସାରେ, ଶୁକ୍ରବାର ସକାଳ ୮.୩୦ ରୁ ଶନିବାର ସକାଳ ୮.୩୦ ମଧ୍ୟରେ ଦିଲ୍ଲୀରେ ୯୪.୭ ମିଲିମିଟର୍ ବୃଷ୍ଟିପାତ ରେକର୍ଡ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ ଜାତୀୟ ରାଜଧାନୀର କେତେକ ପ୍ରାନ୍ତରେ ବର୍ଷା ହୋଇଥିଲା । ଶନିବାର ସକାଳ ୭ଟାରୁ ୧୦ ମଧ୍ୟରେ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପବନ ଦଲକା ଓ ଘଡ଼ଘଡ଼ି ସହ ମଧ୍ୟମରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ଥିବା କହି ‘ଅରେଞ୍ଜ୍‌ ଆଲର୍ଟ’ ଜାରି କରିଥିଲା। ଦିଲ୍ଲୀର ବିଭିନ୍ନ ଅଞ୍ଚଳ ସମେତ ସକାଳୁ ମଧ୍ୟହ୍ନ ଭିତରେ ଉତ୍ତର ପ୍ରଦେଶ ଓ ହରିୟାଣାରେ ମଧ୍ୟ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲା। ନିରନ୍ତର ବର୍ଷା ଯୋଗୁଁ ଜାତୀୟ ରାଜଧାନୀ ଅଞ୍ଚଳର ଅନେକ ପ୍ରାନ୍ତ ଜଳାର୍ଣ୍ଣବ ହୋଇପଡ଼ିଛି।

Breaking News