ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନ କଂଗ୍ରେସରେ ଚାଲିଥିବା କଳହକୁ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି। ଗଡ଼କରୀ କାହାରି ନାଁ ନ ନେଇ କହିଛନ୍ତି, ରାଜ୍ୟକୁ ତାଙ୍କର ଗସ୍ତ ନେଇ ମୁଖ୍ୟମନ୍ତ୍ରୀ, ବିଧାୟକ, ମନ୍ତ୍ରୀ କେହି ବି ଖୁସି ନାହାନ୍ତି। ଆଜିର ପରିସ୍ଥିତିରେ ଏଠି ସମସ୍ତେ ଦୁଃଖୀ। ଜଣେ ବିଧାୟକ ମନ୍ତ୍ରୀ ହୋଇ ନ ପାରିବାରୁ ଦୁଃଖୀ, ଜଣେ ମନ୍ତ୍ରୀଙ୍କୁ ଉପଯୁକ୍ତ ପଦବି ବା ମୁଖ୍ୟମନ୍ତ୍ରୀ ପଦ ନ ମିଳିବାରୁ ଦୁଃଖୀ, ମୁଖ୍ୟମନ୍ତ୍ରୀ ଏଥିପାଇଁ ଦୁଃଖୀ ଯେ ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ବିଦା କରାଯିବା ସମ୍ଭାବନା ରହିଛି। ରାଜସ୍ଥାନ ବିଧାନସଭାରେ ଆଜି ‘ସଂସଦୀୟ ଗଣତନ୍ତ୍ର’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଗଡ଼କରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଗଡ଼କରୀ କହିଲେ, କେହି ଖୁସି ନୁହନ୍ତି କାରଣ ସମସ୍ତଙ୍କ ସମ୍ମୁଖରେ ସମସ୍ୟା। ଦଳରେ ହେଉ କି ଦଳ ବାହାରେ; ପରିବାର ହେଉ କିମ୍ବା ଆଖପାଖରେ ସବୁଠି ସମସ୍ୟା ଲାଗି ରହିଛି ଏବଂ ରାଜନୀତିରେ ଖୁସିରେ ରହୁଥିବା ଲୋକଙ୍କୁ ସେ କେଉଁଠି ଦେଖିପାରୁ ନାହାନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..