ରିପୋର୍ଟ କାର୍ଡ / ରାଞ୍ଚି
ବସ-କାର ମୁହାଁମୁହିଁ ଧକ୍କା ହେବ ଫଳେରେ ଜଳିଗଲା ବସ | ୫ ଜଣ ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି | ଆଜି ଏଭଳି ଘଟଣା ଘଟିଛି ଝାଡଖଣ୍ଡର ରାମଗଡ ଜିଲ୍ଲାରେ | ସୂଚନା ଯୋଗ୍ୟ, ସକାଳେ ଝାଡଖଣ୍ଡର ରାମଗଡ ବୋକାରୋ ୨୩ ନମ୍ବର ଜାତୀୟ ରାଜପଥରେ ଏକ କାର ଓ ବସ ମଧ୍ୟରେ ଖୁବ ଜୋରରେ ଧକ୍କା ହୋଇଥିଲା। ଏହାପରେ ବସଟି କାର ଉପରେ ଚଢିଯାଇଥିଲା। ହଠାତ ବସରେ ନିଆଁ ଲାଗି ଏହା କାରକୁ ବ୍ୟାପି ଯାଇଥିଲା। ଫଳରେ କାରରେ ଥିବା ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସମସ୍ତ ମୃତକ ବିହାରର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉକ୍ତ ମୃତକଙ୍କ ଶରୀର ଅଧିକାଂଶ ପୋଡି ଯାଇଥିବାରୁ ସଠିକ ପରିଚୟ ମିଳିପାରି ନାହିଁ। ଏହାସହ ବସରେ ଥିବା ଅଧିକାଂଶ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ବସରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦମକଳ କର୍ମଚାରୀ ନିଆଁ ଲିଭାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..