ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଇଏସଆଇଏସ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମେରିକା ପକ୍ଷରୁ ଗତ ମାସରେ କାବୁଲରେ କରାଯାଇଥିବା ଡ୍ରୋନ ଆକ୍ରମଣରେ ଅନେକ ଆଇଏସଆଇଏସ ଆତଙ୍କି ପ୍ରାଣ ହରାଇଥିବା ଆମେରିକା ଦାବି କରିଥିଲା। କିନ୍ତୁ ଏବେ ଆମେରିକା ସତକଥା ପ୍ରକାଶ କରିଛି। ଉକ୍ତ ଆକ୍ରମଣରେ ଆଇଏସଆଇଏସ ଆତଙ୍କି ନୁହଁନ୍ତି, ୧୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ ବୋଲି ଆମେରିକାର ଜଣେ ବରିଷ୍ଠ ଜେନେରାଲ କହିଛନ୍ତି। ଆମେରିକା କେନ୍ଦ୍ରୀୟ କମାଣ୍ଡ ଜେନେରାଲ କେନେଥ ମ୍ୟାକେନଜି କହିଛନ୍ତି, ଉକ୍ତ ଆକ୍ରମଣ ଏକ ଭୟଙ୍କର ଭୁଲ ଥିଲା। ଆକ୍ରମଣ ସମ୍ପର୍କରେ ଆମେରିକା ପକ୍ଷରୁ ନିଜଆଡୁ ତଦନ୍ତ କରାଯିବା ପରେ ସେ ଏହା କହିଛନ୍ତି। ଏଥିପାଇଁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ନିହତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭୟଙ୍କର ଭୁଲରୁ ଆମେରିକା ଶିକ୍ଷାଲାଭ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆମେରିକାକୁ ମିଳିଥିବା ଗୁଇନ୍ଦା ସୂଚନା ସମ୍ପୂର୍ଣ୍ଣ ଭୁଲ ଥିଲା। ବିଶେଷକରି ଏଖ ଧଳା ରଙ୍ଗର ଟୟୋଟାରେ ବିସ୍ଫୋରକ ବୋଝେଇ ହୋଇ ବିମାନ ବନ୍ଦର ଆଡକୁ ଆସୁଥିବା ନେଇ ମିଳିଥିବା ସୂଚନା ଭୁଲ ଥିଲା। ଫଳରେ ଏଥିରେ ୭ ଜଣ ପିଲାଙ୍କ ସହିତ ୧୦ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହି ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ କିଭଳି କ୍ଷତିପୂରଣ ଦିଆଯିବ, ସେ ସମ୍ପର୍କରେ ଆମେରିକା ପ୍ରଶାସନ ବିଚାର କରୁଛନ୍ତି।






More Stories
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ…..
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ…..