ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କରିବେ । ଆଜିଠୁ ସାରା ଦେଶରେ ଲାଗୁ ହେବ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ । ମୋଦି ୨୦୨୦ ଅଗଷ୍ଟ ୧୫ ରେ ଲାଲକିଲ୍ଲାରେ ସ୍ୱାଧୀନତା ଉତ୍ସବ ଅଭିଭାଷଣରେ ସ୍ୱାସ୍ଥ୍ୟ ମିଶନର ପାଇଲଟ୍ ପ୍ରକଳ୍ପ ଘୋଷଣା କରିଥିଲେ । ଏବେ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହା ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ ହେଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ କୁହାଯାଇଛି ଯେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦି ସକାଳ ୧୧ଟାରେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କରିବେ । ଏହାପରେ ସେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..