ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ରୋହିଣୀସ୍ଥିତ ଅଦାଲତରେ ବିପକ୍ଷ ଗୋଷ୍ଠୀର ଗୁଳିରେ ଜଣେ କୁଖ୍ୟାତ ଅପରାଧୀର ମୃତ୍ୟୁର ଦିନକ ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ପୋଲିସ ଆୟୁକ୍ତ ରାକେଶ ଆସ୍ଥାନା ଶନିବାର ଏକାବେଳକରେ ୧୧ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି। ଏମାନଙ୍କ ବ୍ୟତୀତ ୨୯ ପୋଲିସ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି। ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ ଦାୟିତ୍ବରେ ପୂର୍ବରୁ ତିନି ଅଧିକାରୀ ବା ସ୍ବତନ୍ତ୍ର ଆୟୁକ୍ତ ରହୁଥିବାବେଳେ ଏଣିକି ଏହି ସଂଖ୍ୟା ଦୁଇକୁ ହ୍ରାସ କରାଯାଇଛି। ଆସ୍ଥାନାଙ୍କ ଏହି ପଦକ୍ଷେପକୁ ଉପରାଜ୍ୟପାଳ ଅନିଲ ବୈଜଲ ଅନୁମୋଦନ କରିଛନ୍ତି।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..