Report Card Odisha

| Daily Odia News

କରୋନା ସହାୟତା ରାଶି ପ୍ରଦାନ ନେଇ ବିଜ୍ଞପ୍ତି ଜାରିକଲେ କେନ୍ଦ୍ର ସରକାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ସତ୍ୟପାଠ ଆଧାରରେ କେନ୍ଦ୍ର ସରକାର କରୋନା ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆରଏଫ୍)ରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ଦେଶର ପ୍ରଥମ କରୋନା ମୃତ୍ୟୁ ହେବା ଦିନ ଠାରୁ ଏହି ସହାୟତା ପ୍ରଦାନ କାର୍ଯ୍ୟକାରୀ ହେବ । ଏହି ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ପରବର୍ତ୍ତୀ ନିର୍ଦେଶ କିମ୍ବା କୋଭିଡ-୧୯କୁ ବିପର୍ଯ୍ୟୟ ତାଲିକାରୁ ବାଦ୍ ଦିଆଯିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏସଡିଆରଏଫ୍‌କୁ ମିଳୁଥିବା ପାଣ୍ଠିରୁ ୭୫% କେନ୍ଦ୍ର ସରକାରଙ୍କ ଅବଦାନ ରହିଥାଏ। ତେବେ ସ୍ବତନ୍ତ୍ର ମାନ୍ୟତାପ୍ରାପ୍ତ ରାଜ୍ୟଗୁଡିକୁ କେନ୍ଦ୍ର ସରକାରଙ୍କ ଅବଦାନ ୯୦% ରହିଥାଏ। ଗତ ସପ୍ତାହରେ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ସତ୍ୟପାଠରେ କହିଥିଲେ ଯେ ପ୍ରତ୍ୟେକ କରୋନା ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ।

 

Breaking News