ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମୁଦ୍ର ଭିତରେ କ୍ରୁଜ୍ର ରେଭ୍ ପାର୍ଟିରେ ମଜା ନେଉଥିଲେ ଓଡ଼ିଆ | ଏହି ଡ୍ରଗ୍ସ ଲିଙ୍କ୍ ମାମଲାର ଆଉ ୨ ଜଣଙ୍କୁ ଗିରଫ କଲା ଏନ୍ସିବି । ମୁମ୍ବାଇ କ୍ରୁଜ୍ରେ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ସମେତ ତାର ବନ୍ଧୁଙ୍କୁ ଗିରଫ କରିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଏହି ଘଟଣାରେ ଓଡିଶା ଲିଙ୍କ୍ ବାହାରିଛି । ଓଡିଶାରୁ ୨ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି ନାର୍କୋଟିକ୍ସ କଣ୍ଟେ୍ରାଲ ବ୍ୟୁରୋ ଏନ୍ସିବି । ଗିରଫ ୨ ଜଣ ହେଉଛନ୍ତି ମନୀଷ ରାଜଗରିଆ ଏବଂ ଅବିନ ସାହୁ । ମନୀଷର ଘର ରାଉରକେଲା ହୋଇଥିବା ବେଳେ ଅବିନର ଘର ରଘୁନାଥପାଲି ବୋଲି ଜଣାପଡିଛି । ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ରହିଥିବା ବେଳେ ଏମାନେ ଡ୍ରଗ୍ସ ଯୋଗାଉଥିଲେ କିମ୍ବା ପାର୍ଟିରେ ସାମିଲ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ, ଅରବାଜ ମର୍ଚେଣ୍ଟ ଏବଂ ମୁନ୍ମୁନ୍ ଧମାଚେକୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି ଏନ୍ସିବି । ଏହି ୩ ଜଣ ଷ୍ଟାର କିଡ୍ଙ୍କ ସମେତ ୮ ଜଣଙ୍କୁ ଗିରଫ କରି ସତ ଓଗାଳୁଛି ଏନ୍ସିବି । ଆର୍ଯ୍ୟନ୍କୁ ଆସନ୍ତା ୭ ତାରିଖ ଯାଏଁ ରିମାଣ୍ଡରେ ନେଇ ଜେରା କରାଯାଉଥିବା ବେଳେ ନୂଆ ନୂଆ ଲିଙ୍କ୍ ସାମ୍ନାକୁ ଆସିବାରେ ଲାଗିଛି । ସେତେବେଳେ ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ଆଉ ଏବେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଗିରଫ ଘଟଣାରେ ମଧ୍ୟ ଓଡିଶା ଲିଙ୍କ ବାହାରିଛି । ୨ ଓଡ଼ିଆଙ୍କ ସହ ଆଉ ୪ ଜଣଙ୍କୁ ଗିରଫ କରିଛି ଏନ୍ସିବି। ଏହି ୪ ଜଣ ଦିଲ୍ଲୀର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସଦସ୍ୟ ବୋଲି ଜଣାପଡ଼ିଛି। ପୂର୍ବରୁ ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କ ସମେତ ଏନ୍ସିବି ୯ଜଣଙ୍କୁ ଗିରଫ କରିଥିଲା। ଅନ୍ୟମାନେ ହେଲେ ମୁନ୍ମୁନ୍ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ।। ପରେ ପୁଣି ୨ ଏବଂ ଆଜି ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ଡ୍ରଗ୍ସ ପାର୍ଟିରୁ ଗିରଫ ହେବା ପରେ ଆର୍ଯ୍ୟନ ଖାନ୍ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ହେପାଜତରେ ଅଛି। ବେଆଇନ୍ ଡ୍ରଗସ୍ କାରବାରକୁ ନେଇ ଏନସିବି ଆର୍ଯ୍ୟନଙ୍କ ପାଖରୁ ସତ ଉଗାଳୁଛି। ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୧୧ପର୍ଯ୍ୟନ୍ତ ହେପାଜତକୁ ନେବାକୁ ଆବେଦନ କରିଥିଲା ଏନସିବି। ହେଲେ କୋର୍ଟ ଅକ୍ଟୋବର ୭ ଯାଏଁ ଅନୁମତି ଦେଛନ୍ତି। ଏବେ ଏନ୍ସିବି ହେପାଜତରେ ଆର୍ଯ୍ୟନ୍ଙ୍କ ସହ ଅନ୍ୟ ୮ ଜଣ ଅଛନ୍ତି।
More Stories
ଶିଶୁ ଜଳିଯିବା ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ….
ପାରାଦୀପ ପ୍ରଗତିର ମୁଖଶାଳା:ମୁଖ୍ୟମନ୍ତ୍ରୀ…..
୨୧ରୁ ଖରିଫ ଧାନ କିଣା ଆରମ୍ଭ…..