Report Card Odisha

| Daily Odia News

ବିଜେପି କର୍ମୀଙ୍କୁ ହତ୍ୟା କରିବା ଭୁଲ ଥିଲା ବୋଲି ମୁଁ ଭାବୁନି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡକୁ ନେଇ କୃଷକ ନେତା ରାକେଶ ଟିକାୟତ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି କର୍ମୀମାନଙ୍କୁ ହତ୍ୟାକରିବା ଭୁଲ କାମ ବୋଲି ସେ ଭାବୁନାହାନ୍ତି । କାରଣ ଲଖିମପୁର ଖେରିରେ ହୋଇଥିବା ବିଜେପି କର୍ମୀଙ୍କ ହତ୍ୟା ଏକ କ୍ରିୟାର ପ୍ରତିକ୍ରିୟା ମାତ୍ର ଥିଲା । ଗତ ଅକ୍ଟୋବର ୩ରେ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ବ୍ୟତୀତ ଦୁଇଜଣ ବିଜେପି କର୍ମୀ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ିର ଡ୍ରାଇଭର ଓ ଜଣେ ସାମ୍ବାଦିକ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ବିଶେଷକରି କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗରେ ଉଭୟ ଉତ୍ତରପ୍ରଦେଶର ଯୋଗୀ ସରକାର ଓ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ କରାଯାଉଛି । ଅନ୍ୟପକ୍ଷରେ ଏହି ହିଂସାକାଣ୍ଡ ପ୍ରତିବାଦରେ କୃଷକ ସଂଗଠନଗୁଡ଼ିକ ଆସନ୍ତା ୧୮ ତାରିଖରେ ରେଳରୋକ କରିବେ ଓ ଅକ୍ଟୋବର ୨୬ରେ କୃଷକ ମହାପଞ୍ଚାୟତ ଆୟୋଜନ କରାଯିବ । ଏଥିପାଇଁ ଆସନ୍ତା ୧୨ ତାରିଖରେ କୃଷକମାନେ ଲକ୍ଷ୍ମୀପୁରରେ ପହଞ୍ଚିବେ ବୋଲି ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ କହିଛନ୍ତି । ସେ କହିଛନ୍ତି ଏହି ପ୍ରସଙ୍ଗରେ ସବୁ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯିବ ଓ ଅକ୍ଟୋବର ୧୫ ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯିବ ।

Breaking News